ପୁରୁଣା ବୋରିଗୁମ୍ମା ଠାରେ ମୂଖ୍ୟମନ୍ତ୍ରୀ କଳାକାର ଭତ୍ତା ନିମନ୍ତେ କଳା ପରୀକ୍ଷଣ ଶିବିର ଅନୁଷ୍ଠିତ

0
100
ପୁରୁଣା ବୋରିଗୁମ୍ମା

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୧/୧୦) : କୋରାପୁଟ ଜିଲ୍ଲା ପୁରୁଣା ବୋରିଗୁମ୍ମା ନିକଟସ୍ଥ ଏକ ପାର୍କ ମଧ୍ୟରେ ପୂର୍ବରୁ ମୂଖ୍ୟମନ୍ତ୍ରୀ କଳାକାର ଭତ୍ତା ଆବେଦନକାରୀ ମାନଙ୍କୁ ନେଇ ଏକ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 21 at 5.36.07 PM ପୁରୁଣା ବୋରିଗୁମ୍ମା ଠାରେ ମୂଖ୍ୟମନ୍ତ୍ରୀ କଳାକାର ଭତ୍ତା ନିମନ୍ତେ କଳା ପରୀକ୍ଷଣ ଶିବିର ଅନୁଷ୍ଠିତ

ପୁରୁଣା ବୋରିଗୁମ୍ମା ଠାରେ ଅନୁଷ୍ଠିତ ଏହି ଶିବିରରେ ବିଭିନ୍ନ କ୍ଷେତ୍ରରେ ଯଥା କଣ୍ଠ ସଙ୍ଗୀତ, ଗିନି ବାଦନ, ମୃଦଙ୍ଗ ବାଦନ, ଶଙ୍ଖ ବାଦନ, କୀର୍ତ୍ତନ ପରିବେଷଣ ପ୍ରଭୃତି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୮୬ ଜଣ ଦୁଃସ୍ଥ କଳାକାର ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ବିଚାରକ ଭାବେ ସଙ୍ଗୀତ ବିଶାରଦ ଶ୍ରୀ ପ୍ରଦୀପ କୁମାର ମହାପାତ୍ର, ଶ୍ରୀ ଭାସ୍କର ଚନ୍ଦ୍ର ସାମନ୍ତରାୟ, ରାଜ୍ୟ ପୁରସ୍କାର ପ୍ରାପ୍ତ କଳାକାର ଶ୍ରୀ କର୍ଣ୍ଣ ଗୌଡ (କର୍ଣ୍ଣ ଗୁରୁ), କଳାକାର ମାନଙ୍କୁ ପରୀକ୍ଷା କରିଥିବା ବେଳେ ସରପଞ୍ଚ ତୁଷାର କାନ୍ତି କୁମ୍ଭିକା ମଞ୍ଚାସୀନ ଥିଲେ । ବ୍ଲକ ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କଳାକାର ସଂଘ ଉପ ସଭାପତି ଶ୍ରୀ ବାଲାଜୀ ସାମନ୍ତରାୟ ଆବାହନ କରିଥିବା ବେଳେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁବ୍ରତ କୁମାର ପାଣିଗ୍ରାହୀ ତଥା ତାଙ୍କ କାର୍ଯ୍ୟାଳୟ ର କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ପଞ୍ଚାୟତ ସ୍ଥିତ ପୁରୁଣା ବୋରିଗୁମ୍ମା ଠାରେ ଆଜି ମୁଖ୍ୟ ମନ୍ତ୍ରୀ କଳାକାର ଭତ୍ତା ନିମନ୍ତେ କଳା ପରିକ୍ଷଣ ଶିବିର ଅନୁଷ୍ଠିତ ଆଜିର ଏହି ଶିବିରରେ ବୋରିଗୁମ୍ମା ବ୍ଲକ ର ବିଭିନ୍ନ ଗ୍ରାମ ତଥା ୮୬ ଜଣ କଳାକାରମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି ଏବଂ ନିଜ ନିଜ କଳା ତଥା ସଙ୍ଗୀତ, ଗିନି, ଶଙ୍ଖ, ମୃଦଙ୍ଗ ବଜାଇ ନିଜ ନିଜ ର କଳା ପଦର୍ଶନ କରିଥିଲେ । ବିଚାରକ ମଣ୍ଡଳୀ ଭାବେ ସଙ୍ଗୀତ ବିଶାରଦ ଶ୍ରୀ ପ୍ରଦୀପ କୁମାର ମହାପାତ୍ର, ଭାସ୍କର ଚନ୍ଦ୍ର ସାମନ୍ତରାୟ ଯୋଗ ଦେଇଥିଲେ ।