Related Contents

ମୁରିବାହାଲରେ ଜାତୀୟ ପୁଷ୍ଟି ମାସ ପାଳନ

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାର
ମୁରିବାହାଲ(୨୮/୦୯): ମୁରିବାହାଲ ବ୍ଲକ ଅନ୍ତର୍ଗତ ହଳଦୀ ପଂଚାୟତର ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଗତ ଶୁକ୍ରବାର ଦିନ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାତୀୟ ପୁଷ୍ଟି ମାସ ପାଳନ କରାଯାଇଛି | ମୁଖ୍ୟ ଅତିଥି ଭାବେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ବିନୋଦିନୀ ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ହଳଦୀ ସରପଞ୍ଚ ଗୋପୀନାଥ ପାଣିଗ୍ରାହୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ବେହେରା, ପ୍ରୋଗ୍ରାମ ଅଫିସର ବଲାଙ୍ଗିରର ଭଗବତୀ ଗୁରୁ ଓ ଡିପିଏ ଶିବାନୀ ଠାକୁର ଯୋଗ ଦେଇଥିଲେ |

ଅନ୍ୟମାନଙ୍କ ମଧ୍ୟରେ ମୁରିବାହାଲ ସିଡିପିଓ ସରସୀ ପଣ୍ଡା, ପ୍ରକଳ୍ପ ଅଧୀନରେ ଥିବା ସମସ୍ତ ସୁପରଭାଇଜର, ପ୍ରକଳ୍ପର ସଦସ୍ୟ ତଥା ହଳଦୀ ମଣ୍ଡଳରେ ସମସ୍ତ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଉପସ୍ଥିତ ଥିଲେ |କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ଜଣ ମା ଉପସ୍ଥିତ ଥିଲେ | ପୁଷ୍ଟି ସମ୍ବନ୍ଧୀୟ ସଚେତନତା ଶିବିରରେ ଉପସ୍ଥିତ ମା ମାନଙ୍କୁ ଡି ଏସ ଡବ୍ଲୁ ଓ ପୁଷ୍ଟିକର ଖାଦ୍ୟ ଖାଇବା, ପରିସ୍କାର ପରିଚ୍ଛନ୍ନ ରହିବ,ପାଇଖାନାର ବ୍ୟବହାର ଏବଂ ପୁଷ୍ଟିହୀନତା କମାଇବା ଦିଗରେ ସଚେତନ କରିଥିଲେ | ବିଭିନ୍ନ ପ୍ରକାର ସବୁଜ ପନିପରିବା, ଶସ୍ୟ ଜାତୀୟ ଖାଦ୍ୟ ସାମଗ୍ରୀ ସ୍ୱାଦିଷ୍ଟ ପିଠା, ଲଡୁ ଇତ୍ୟାଦିର ଉଦାହରଣ ଦିଆଯାଇଥିଲା | ହଳଦୀ ସରପଞ୍ଚ ଶ୍ରୀ ପାଣିଗ୍ରାହୀ ଖାଦ୍ୟ ଖାଇବାର ଓ ବଂଚିବାର ଜୀବନଶୈଳୀ କୁ ନେଇ ଅତୀତ କାଳର ଉଦାହରଣ ଦେଇ ସୁନ୍ଦର ଭାବେ ମା ମାନଙ୍କୁ ବୁଝାଇଥିଲେ | ପ୍ରୋଗ୍ରାମ ଅଫିସର, ଡିପିସି ବଲାଙ୍ଗୀର ମଧ୍ୟ ପୁଷ୍ଟି ମାସ ଉପରେ ନିଜର ସୁଚିନ୍ତିତ ମତାମତ ଦେଇଥିଲେ | ଶେଷରେ ସୁପରଭାଇଜର ବାସନ୍ତୀ ଡାନି ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ଶେଷ କରିଥିଲେ |

Comments are closed.