Related Contents

ବିବାହିତା ମହିଳାଙ୍କୁ ବ୍ଲାକମେଲ, ଅସହ୍ୟ ହେବାରୁ ଆତ୍ମହତ୍ୟା ଅଭିଯୋଗ

ରିପୋର୍ଟ-ଡିଲେଶ୍ୱର ବାଗ
ପାଇକମାଲ(୨୮/୦୯): ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଟେମରି ଗ୍ରାମର ସିତରାମ ସାହୁଙ୍କର ଝିଅ ରଶ୍ମି ପ୍ରଧାନ ଗତ ୧୮ତାରିଖ ଦିନ ତାଙ୍କର ମାଁ ଘରେ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକଙ୍କର ଅଭିଯୋଗ କ୍ରମେ ଆଜି ପାଇକମାଲ ପୋଲିସ ଏହି କେଶରେ ପାଇକମାଲର ଯୋଗେଶ ବେହେରା(୨୯) ଓ ସୁରେଶ ସାହୁ (୨୩)କୁ ବଲାଙ୍ଗୀର ଜିଲ୍ଲା ତୁଷାରା ଥାନା ଅନ୍ତର୍ଗତ ବଡ଼ବାହାଲ ଗ୍ରାମରୁ ଧରିବାରେ ସଫଳ ହେଇଛି ।

ଏଠାରେ ସୂଚନା ଯୋଗ୍ୟଯେ ଯୋଗେଶ ନାମକ ଏହି ଅଭିଯୁକ୍ତ ମୃତ ଯୁବତୀ ରଶ୍ମି ସହିତ ପ୍ରେମ ସମ୍ପର୍କ ଥିଲା । ଦିନେ ଯୋଗେଶ ରଶ୍ମିକୁ କୋଣସି ପେୟ ପଦାର୍ଥରେ ନିଶା ଔଷଧ ଦେଇ ତାକୁ ନିଶାଗ୍ରସ୍ତ କରେଇବା ପରେ ତାର କିଛି ଆପତ୍ତି ଜନକ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଭାଇରଲ କରିବା ସହିତ ବାରମ୍ବାର ଯୋଗେଶ ଝିଅଟିକୁ ଏହି ଭିଡିଓ ଦେଖାଇ ବ୍ଲାକମେଲିଙ୍ଗ କରୁଥିଲା । ଗତ ପ୍ରାୟ ତିନି ମାସ ତଳେ ଅତବିରା ଥାନାର ରେଙ୍ଗାଲି ପାଳି ଗ୍ରାମରେ ରଶ୍ମିର ବାହାଘର ହେଇଥିଲା । କିନ୍ତୁ ଗତ ନୂଆଖାଇ ପରଦିନ ଯୋଗେଶ ସେହି ଭିଡିଓ ଗୁଡିକ ରଶ୍ମିର ସ୍ୱାମୀ ପାଖକୁ ପଠାଇ ଦେବା ପରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହେବାରୁ ରଶ୍ମି ତାର ମାଁ ଘରକୁ ଚାଲିଆସିଥିଲେ । ଅତ୍ୟନ୍ତ ମାନସିକ ଚାପ ଓ ଯୋଗେଶର ବ୍ଲାକମେଲିଙ୍ଗ ଅସହ୍ୟ ହେବାରୁ ରଶ୍ମି ଆତ୍ମହତ୍ୟା କରିଥିବା ପରିବାର ସୂତ୍ରରୁ ପ୍ରକାଶ । ଯୋଗେଶକୁ ତାର ସବୁ ଅନୈତିକ କାମରେ ସହଯୋଗ କରୁଥିବା ସୁରେଶ ସାହୁକୁ ମଧ୍ୟ ଗିରଫ କରାଯାଇଛି । ଏହା ପୂର୍ବରୁ ଏହିଭଳି ଆହୁରି ଗୋଟିଏ ମାମଲା ଯୋଗେଶର ନାଁ ରେ ରହିଛି ।

Comments are closed.