ସନ୍ଦେହ ଘେରରେ ନିରାକାର ସାହୁର “ମୃତ୍ୟୁ “

ରିପୋର୍ଟ: ନିରୋଜ କୁମାର ପାଣି
ପାଇକମାଳ (୨୮.୦୯.୨୦୧୯): ଝାରମୁଡା ଛକ ନିକଟରେ ପାଇକମାଳ ପୋଲିସ ଝୁଲୁ ଥିବା ଅବସ୍ଥାରେ ଏକ ଶବ ତା. ୨୧.୦୯.୨୦୧୯ରିଖ ଶନିବାର ଦିନ ଉଦ୍ଧାର କରିଥିଲା | ପରେ ଜଣା ପଡିଲା ଯେ ଉକ୍ତ ଶବ ସାଲେପାଲି ଗ୍ରାମର ନବୀନ ସାହୁଙ୍କ ଏକ ମାତ୍ର ପୁତ୍ର ନିରାକାର ସାହୁର ବୋଲି | ପାଇକମାଳ ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାର ସଦସ୍ୟଙ୍କୁ ଶବ ହସ୍ତାନ୍ତର ପରେ, ଗ୍ରାମବାସୀଙ୍କ ସହଯୋଗ କ୍ରମେ ଶବସତ୍ତକାର କରାଯାଇଥିଲା, ନିରାକାରର ବାପା ମୁଖାଗ୍ନି ଦେଇଥିଲେ |

ପର ଦିନ ରାତ୍ରିରେ ମୃତ ନିରାକାରର ପରିବାର ଲୋକ ଗ୍ରାମରେ ସଭା ଡାକି ତାଙ୍କ ପୁତ୍ର ନିରାକାରକୁ “ହତ୍ୟା “କରାଯାଇଛି, ଆପଣ ମାନେ ଆମକୁ ସାହାଯ୍ୟ କରନ୍ତୁ ବୋଲି ଗ୍ରାମଲୋକଙ୍କୁ ଜଣାଇ ଥିଲେ | ଗ୍ରାମବାସୀ ପୋଲିସକୁ ଲିଖିତ ଜଣାଇବା ପାଇଁ ପରାମର୍ଶ ଦେଇଥିଲେ | ଗ୍ରାମଲୋକ ଙ୍କ କହିବା ଅନୁସାରେ ମୃତ ନିରାକାର ସାହୁ, ଗରିବ ପରିବାରର ଥିଲା, କିନ୍ତୁ ଏକ ମାଧବୀ ଛାତ୍ର ହୋଇଥିବାରୁ ଘର ଘର ବୁଲି ଟ୍ୟୁସନ କରି ନିଜେ ଉଚ୍ଚ ଶିକ୍ଷା ଲାଭ କରିଥିଲା | ତା’ମନ ରେ ସବୁବେଳେ ଉଚ୍ଚ ଆଶା ରଖି ପରିଶ୍ରମ କରୁଥିଲା, ଗ୍ରାମରେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ଥିଲା, କାହାରି ସାଙ୍ଗରେ ଗ୍ରାମରେ ଝଗଡା ହବାର କେହି ଦେଖି ନାହାନ୍ତି, ହେଲେ କିପରି ଏପରି ତା’ର ମୃତ୍ୟୁ ହେଲା ଗ୍ରାମ ଲୋକ ମଧ୍ୟ ସନ୍ଦେହ ପ୍ରକାଶ କରୁଛନ୍ତି | ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପାଇକମାଳ ପୋଲିସ ତଦନ୍ତ କରୁଥିବା ସହିତ ସାଲେପାଲି ଗ୍ରାମର ଜଣକୁ ଦୁଇ ଦିନ ହବ ଥାନାରେ ରଖି ତଦନ୍ତ କରୁଛି | ପୋଲିସର ତଦନ୍ତ ଯଦି ଠିକ ବାଟରେ ଯାଏ, ପ୍ରକୃତ ସତ୍ୟା ସତ୍ୟ ଜଣା ପଡିବା ସହିତ ଦୋଶୀ ଉପଯୁକ୍ତ ଦଣ୍ଡ ପାଇବ ବୋଲି ଅଂଚଳରେ ଚର୍ଚ୍ଚା ହଉଛି |

Comments are closed.