ବାବା ଚମ୍ପେଶ୍ୱର ମନ୍ଦିରରେ କ୍ଷୀରାଭିଷେକ ଅନୁଷ୍ଠିତ

0
133
ବାବା ଚମ୍ପେଶ୍ୱର

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୧/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ପଞ୍ଚାୟତ ଅନ୍ତର୍ଗତ କରଡ଼ି ଗ୍ରାମରେ ବାବା ଚମ୍ପେଶ୍ୱର ମନ୍ଦିରରେ କ୍ଷୀରାଭିଷେକ ଅନୁଷ୍ଠିତ ହୋଇଯାଇଛି ।

ବାବା ଚମ୍ପେଶ୍ୱର ମନ୍ଦିରରେ ହଜାର ହଜାର ଶ୍ରାଦ୍ଧଳୁ ଙ୍କ ଭିଡ ପରିଲକ୍ଷିତ ହୋଇଥିଲା, କରଡ଼ି ର ଆଖ ପାଖ ପଞ୍ଚାୟତ ତଥା ଗ୍ରାମରୁ ଭକ୍ତଙ୍କ ସୁଅ ଛୁଟିବାକୁ ଲାଗିଥିଲା, ମନ୍ଦିର ଭିତରେ ଭକ୍ତଙ୍କ ଗହଣରେ ନାମ ସଙ୍କୀର୍ତ୍ତନ ଓ ପାରାୟଣ ଠାବେ ଠାବେ ଦେଖିବାକୁ ମିଳିଥିଲା । ଏଥିରେ ମନ୍ଦିର ପରିଚାଳନା କମିଟି କ୍ଷୀରସାଇରେ ସହଯୋଗ କରିଥିବା ବେଳେ ଡ୍ରାଇଭର ସଂଘ ଭଲୁଣ୍ଟାରୀ ଭାବରେ ପାର୍କିଙ୍ଗ ତଥା ଶାନ୍ତି ଶୃଙ୍ଖଳା ର ଦାୟିତ୍ୱ ନେଇଥିଲେ । ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ଭୋଜନ ର ମଧ୍ୟ ବ୍ୟବସ୍ତା କରାଯାଇଥିଲା ।

ଉକ୍ତ କ୍ଷୀରସାଇରେ କମିଟି ର ସଭାପତି ମୃତ୍ୟୁଞ୍ଜୟ ମିଶ୍ର ସମ୍ପାଦକ ହରି ଅର୍ଜୁନ ସାହୁ କୋଷାଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ମହାକୁଳ, ସଭ୍ୟ -ବିଶ୍ୱଜିତ ମିଶ୍ର, ନରେନ୍ଦ୍ର ସାହୁ, କିଶ୍ବର ସାହୁ, ଧରଣୀଧର ସାହୁ, ପୂର୍ଣ୍ଣ ଚନ୍ଦ୍ର ଗାଈଗୌରୀଆ, ରାଜୁ ଅଗ୍ରୱାଲ, ବାବାଜୀ ପାତ୍ର, ନାରାୟଣ ସାହୁ, ପରିଚାଳନା କରିଥିଲେ । ଡ୍ରାଇଭର ମହାସଂଘ ବୀରନରସିଂପୁର ମଧ୍ୟ ଉପସ୍ଥିତ ଥିଲେ ।