ଏକଲବ୍ୟ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ କୁ ନେଇ ଉତ୍ତେଜନା

0
415
ଏକଲବ୍ୟ

ରିପୋର୍ଟ : ଅକ୍ଷୟ କୁମାର ପିଡିସିକା
କଲ୍ୟାଣସିଂହପୁର, (୨୦/୧୦) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ର ପ୍ରଧାନୀଗୁଡା ନିକଟରେ ପ୍ରଶାସନ ପକ୍ଷରୁ ଏକଲବ୍ୟ ଆଧୁନିକରଣ ବିଦ୍ୟାଳୟ ନିମନ୍ତେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ।WhatsApp Image 2022 10 20 at 7.52.59 PM ଏକଲବ୍ୟ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ କୁ ନେଇ ଉତ୍ତେଜନା

ଆଜି ଜିଲ୍ଲା ଓ ବ୍ଲକ ପ୍ରଶାସନ ମିଳିତରେ ପ୍ରଧାନୀଗୁଡା ଓ ମନେଇଗୁଡା ମୌଜାରେ ଏକଲବ୍ୟ ଆଧୁନିକରଣ ବିଦ୍ୟାଳୟ ନିମନ୍ତେ ସରକାରୀ ଜମି ଚୟନ କରିଥିଲେ । ଏହାକୁ ନେଇ ଚଳିତ ମାସ ୧୩ ତାରିଖ ଦିନ ଜିଲ୍ଲାପାଳ ସ୍ୱଧା ଦେବ ସିଂ ପରିଦର୍ଶନ କରି ତୁରନ୍ତ ଜମି ଚିହ୍ନଟ କରିବା ପାଇଁ ସ୍ଥାନୀୟ ତହସିଲଦାର ଙ୍କୁ ଆଦେଶ ଦେଇଥିଲେ । ଏହାକୁ ନେଇ ଉକ୍ତ ସରକାରୀ ଜମିରେ ଚାଷ କରୁଥିବା ଚାଷୀ ପୂର୍ବରୁ ବିରୋଧ କରି ଆସୁଥିଲେ । ଗତ କାଲି ବୁଧବାର ଦିନ ତହସିଲଦାର ସୁଧାକର ରଇତ, ରାଜସ୍ୱ ଅଧିକାରୀ, ଅମିନ ଓ ସ୍ଥାନୀୟ ପୁଲିସ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ ଉପସ୍ଥିତରେ ଜମି ଚିହ୍ନଟ କରୁଥିବା ବେଳେ ତାହାକୁ ଚାଷ କରିଥିବା ଚାଷୀ ସମ୍ପୂର୍ଣ୍ଣ ବିରୋଧ କରିଥିଲେ ।

ଯାହା ଫଳରେ ବ୍ଲକ ପ୍ରଶାସନ ନିରାଶ ହୋଇ ଫେରି ଆସିଥିଲେ । ଆଜି ଜିଲ୍ଲା ଓ ବ୍ଲକ ପ୍ରଶାସନ ମିଳିତରେ ଉକ୍ତ ପ୍ରଧାନୀଗୁଡା ଗ୍ରାମ ନିକଟରେ ଏକ ପ୍ଲାଟୁନ ପୁଲିସ, ୩ ଟି ଡ଼ିଏସପି, ୩ ଟି ଏସ ଡି ପିଓ, ୫ ଟି ଥାନା ଅଧିକାରୀ, ମାଜିଷ୍ଟ୍ରେଟ ଭାବରେ ଜିଲ୍ଲା ତହସିଲଦାର ତାପସ ରାଉତ, କୋଲନର ତହସିଲଦାର ବିଘ୍ନରାଜ କହଁର, ସ୍ଥାନୀୟ ତହସିଲଦାର ସୁଧାକର ରଇତ, ରାଜସ୍ୱ ଅଧିକାରୀ ସୋନ୍ତଷ ପାଣିଗ୍ରାହୀ, ଅମିନ ଏସ ରାଜୁ ସମେତ ପଦାଧିକାରୀ ଉପସ୍ଥିତ ରହି ଜମି ଚିହ୍ନଟ କରୁଥିବା ବେଳେ ଅନ୍ୟ ପଟେ ଚାଷ କରିଥିବା ଚାଷୀ ଜମି ଚିହ୍ନଟ ନ କରିବା ପାଇଁ ଅଡିବସିଥିଲେ ଏବଂ ଗ୍ରାମ ର କିଛି ଲୋକ ଉକ୍ତ ସ୍ଥାନରେ ଏକଲବ୍ୟ ଆଧୁନିକରଣ ବିଦ୍ୟାଳୟ କରାଯାଉ ବୋଲି ଦାବି କରି ରହିଥିଲେ ।

ସେହି ଜମିରେ ଚାଷ କରୁଥିବା ଲୋକମାନେ ଜମି ଚିହ୍ନଟ କୁ ବିରୋଧ କରିକହିଛନ୍ତି ଯେ ଆମେ ଏହି ଜମିରେ ଚାଷ କରି ଆମର ପରିବାରକୁ ଚଳାଉ ଅଛୁ ତେଣୁ ଆମର ଜୀବନ ଯାଉ ପଛେ ଆମେ ଏଠାରେ ସ୍କୁଲ କରିବାକୁ ଦେବୁ ନାହିଁ ବୋଲି ଅଡି ବସିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାର ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସେହି ସ୍ଥାନରେ ବିଦ୍ୟାଳୟ ନିର୍ମାଣ କରାଯିବ ।