Related Contents

ସ୍କୁଲ ସମୟରେ ଛାତ୍ରଛାତ୍ରୀମାନଙ୍କୁ କାମରେ ନିୟୋଜିତ, କଲମ ବଦଳରେ ପାଣିବାଲ୍ଟି

ରିପୋର୍ଟ: ଚିତ୍ତରଞ୍ଜନ ବାଗ
ଗୋଲାମୁଣ୍ଡା(୨୮/୦୯): ସରକାର ପ୍ରାଥମିକ ବିଦ୍ୟାଳୟର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି । ଏହାସହ ପ୍ରାଥମିକ ବିଦ୍ୟାଳୟରେ ଦଣ୍ଡମୁକ୍ତ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବା ସରକାରଙ୍କ କଡା ନିର୍ଦ୍ଦେଶ ରହିଥିବା ବେଳେ ଛୋଟ ପିଲାଙ୍କୁ ଓଜନିଆ ସ୍କୁଲ ବ୍ୟାଗ, ହୋମୱାର୍କ, ସରକାରଙ୍କ କଟକଣା ଥିବାବେଳେ ଏଠାରେ ସ୍କୁଲ ପିଲାଙ୍କୁ କାମରେ ନିୟୋଜିତ କରାଉଛନ୍ତି ଶିକ୍ଷକ ।

ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଫୋରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଜଣେ ଛାତ୍ରୀ ୧୫/୨୦ ଲିଟର ପାଣି ବାଲ୍ଟି ମୁଣ୍ଡରେ ବୋହି ସ୍କୁଲ ଭିତରକୁ ଆସୁଥିବା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀଙ୍କୁ କାମରେ ନିୟୋଜିତ କରିବା ପାଇଁ କିଏ ଅନୁମତି ଦେଇଛି ତାହାକୁ ନେଇ ଉଠିଛି ପ୍ରଶ୍ନ । ଛାତ୍ର ଛାତ୍ରୀଙ୍କୁ ଉନ୍ନତମୂଳକ ପାଠ ପଢାଇବା ବଦଳରେ କାମରେ ନିୟୋଜିତ ତାହା ପୁଣି ସ୍କୁଲରେ । ଏ ସମ୍ପର୍କରେ ଜଣେ ଶିକ୍ଷକଙ୍କୁ ଯୋଗାଯୋଗ କରିବାରୁ ହଁ ପ୍ରଧାନ ଶିକ୍ଷକଙ୍କ ଶୌଚ ପାଇଁ କହିଥିଲେ | ଆଉ ଜଣେ ସହ ଶିକ୍ଷକଙ୍କୁ ପଚାରିବାରୁ ସେହି କାମ କିଏ କରିବ ବୋଲି ଯୁକ୍ତି ବାଢିଥିଲେ । ଏହି ଭଳି ଶିକ୍ଷକ କିପରି ପିଲାମାଙ୍କୁ ଉନ୍ନତମୂଳକ ଶିକ୍ଷା ଦାନ କରିବେ ତାହା ଶିକ୍ଷିତ ସମାଜ ବିଚାର କରିବେ । ଏହି ସ୍କୁଲରୁ ୫କିମି ଦୂରରେ ଗୋଲାମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରହିଥିଲେ ମଧ୍ୟ କୌଣସି ଉଚ୍ଚପଦସ୍ତ ଅଧିକାରୀଙ୍କର ନଜର ଏହା ପ୍ରତି ପଡୁ ନ ଥିବା ବେଳେ ବିଦ୍ୟାଳୟରେ ପାଠ ପଢିବା ସମୟରେ ଛାତ୍ରଛାତ୍ରୀଙ୍କୁ ଶିଶୁ ଶ୍ରମିକ ଭଳି କାମ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments are closed.