ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
214
ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୧/୧୦) : ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସ୍ୱାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ଆମ ଦେଶରେ ଜାତି ପ୍ରଥା ଏବଂ ଛୁଆଁ ଅଛୁଆଁ ଭେଦଭାବ ପବିତ୍ର ଶିକ୍ଷାନୁଷ୍ଠାନ, ଅଙ୍ଗନୱାଡ଼ି କେନ୍ଦ୍ର, ବିଭିନ୍ନ ଦେବାଳୟ, ହୋଟେଲ, ସେଲୁନ ମାନଙ୍କରେ ଆଜି ମଧ୍ୟ ବଳବତ୍ତର ରହିବା ଅତି ଦୁଃଖ ଓ ପରିତାପ ର ବିଷୟ । ଆଜି ମଧ୍ୟ ବୌଦ୍ଧ ଜିଲ୍ଲାରେ ଶହ ଶହ ଭୂମି ହୀନ, ଡିହ ହୀନ ଥିବାବେଳେ ଶତାଧିକ ଦଳିତ ବସ୍ତିକୁ ସବୁଦିନିଆ ସରକାରୀ ରାସ୍ତା ନାହିଁ । ଅଗ୍ରଣୀ ସାମାଜିକ ସଙ୍ଗଠନ ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ର ତିନୋଟି ବିଡିଓ ଏବଂ ତହସିଲଦାର ମାନଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯିବାର ପ୍ରାୟ ଚାରି ମାସ ବିତି ଯାଇଥିଲେ ସୁଦ୍ଧା ପ୍ରଶାସନ କୌଣସି ପଦକ୍ଷେପ ନେଇ ନାହାଁନ୍ତି ।

ଏହି ପରିପ୍ରେକ୍ଷୀରେ ଅଗ୍ରଣୀ ସାମାଜିକ ସଙ୍ଗଠନ ର ପଞ୍ଜୀକରଣ ଦିବସ ଅବସରରେ ବହିରା ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନ ର ଜିଲ୍ଲା ସଭାପତି ବଟକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ସମାଜ ର ସାମାଜିକ ଏକତା, ସାମାଜିକ ସଂସ୍କାର, ଗୁଣାତ୍ମକ ଶିକ୍ଷା, ସାମ୍ବିଧାନିକ ଅଧିକାର, ନାଗରିକ ଅଧିକାର, ଦଳିତ ଅଧିକାର, ରାଜନୈତିକ ଅଧିକାର, ସାମାଜିକ ଅଧିକାର ତଥା ମାନବିକ ଅଧିକାର ଉପରେ ଆଲୋକପାତ କରିଥିଲେ ।

ସଙ୍ଗଠନ ର ଏକ ପ୍ରତନିଧି ମଣ୍ଡଳୀ ଜିଲ୍ଲାର ତିନୋଟି ଯାକ ବିଡିଓ, ତହସିଲଦାର ଏବଂ ଜିଲ୍ଲାପାଳଙ୍କୁ ସାକ୍ଷାତ୍ କରି ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ନିରାକରଣ ପାଇଁ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନ ର ଜିଲ୍ଲା ଉପ ସଭାପତି ମକରଧ୍ୱଜ ମହାନନ୍ଦିଆ ଶେଷରେ ବରିଷ୍ଠ ସମାଜସେବୀ ତଥା ସଙ୍ଗଠନ ର ଜିଲ୍ଲା ସହକାରୀ ସାଧାରଣ ସମ୍ପାଦକ କହେଁଇ ବାଦି ଧନ୍ୟବାଦ ଅର୍ପଣ କରିଥିଲେ ।