Friday, March 29, 2024

Top 5 This Week

Related Posts

ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୧/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପରିସରରେ ଅଶ୍ୱିନୀ କୁମାର ମେହେର ଙ୍କ ଅଧ୍ୟକ୍ଷତାରେ MGNREGS, NSAF ଓ 15th FC ଯୋଜନା ର ସାମାଜିକ ସମୀକ୍ଷା ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 20 at 7.51.59 PM ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିରରେ ହରଭଙ୍ଗା BDO ରବୀନ୍ଦ୍ର କହଁର ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରବୀର ମେହେର ସାମାଜିକ ସମୀକ୍ଷାର ରିପୋର୍ଟ ଉପସ୍ଥାପନା କରିଥିଲେ । ୨୨ ଟି ପଞ୍ଚାୟତ ର ୨୫୬ ଟି ପ୍ରକଳ୍ପ ର ଜନଶୁଣାଣୀ ହୋଇଥିଲା । ଏହି ଶିବିରରେ ସମସ୍ତ ପଞ୍ଚାୟତ ର ହିତାଧିକାରୀ ମାନେ ଯୋଗଦାନ ଦେଇଥିଲେ ତତ ସହିତ ସମସ୍ତ VRS, GRS, VLW ଓ ବିଦ୍ୟୁତ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ସାମାଜିକ ସମୀକ୍ଷାରେ ଚିହ୍ନଟ ହୋଇଥିବା ସମସ୍ତ ଅଭିଯୋଗ କୁ ୭ ଦିନ ମଧ୍ୟରେ ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ପରିଷଦ ମୁଖ୍ୟ ଶ୍ରୀ ଅଶ୍ୱିନୀ ମେହେର ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles