Related Contents

ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି
ପାଇକମାଲ (୨୮/୦୯): ଆଜି ଶନିବାର ଦିନ ପାଇକମାଲ ବ୍କକ ଅନ୍ତର୍ଗତ ପଲସାନୀ ଗ୍ରାମରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଓ ନେତାଜୀ ସ୍ପୋର୍ଟଙ୍ଗଙ୍କ ମିଳିତ ଉଦ୍ୟମରେ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ୧୫୦ତମ ଗାନ୍ଧୀ ଜୟନ୍ତୀ ଉଦ୍ଧେଶ୍ୟରେ ଗ୍ରାମର ବିଦ୍ୟାଳୟ ଠାରୁ ବନ୍ଧହୀଡ଼ ସଫା କରିବା ପରେ ହୀଡ଼ ପାର୍ଶ୍ବରେ ବୃକ୍ଷରୋପଣ କରିବା ସହ ଗାଁକୁ ସ୍ବଛ ରଖିବା ପାଇଁ ଜନସେଚତନ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ସୁରେଶ ଚନ୍ଦ୍ର ପ୍ରଧାନ, ସଂପାଦକ ଦୁର୍ଯ୍ୟୋଧନ ପୁଟା, ବରିଷ୍ଠ ସଂଗ୍ରାମୀ ଝସକେତନ ସାହୁ, ଗଜେନ୍ଦ୍ର ସେଠ, ପୂର୍ବତନ ଆବାହକ ଭୀଷ୍ମ ଦେବ ପଟେଲ, ରାହସ ବିହାରୀ ସାହୁ, ପୂର୍ବତନ ନାଏକ ସରପଞ୍ଚ ଯୋଗେନ୍ଦ୍ର ସେଠ,ୱାଡ଼ ମେମ୍ବର ରମେଶ ପ୍ରଧାନ ଏବଂ ନେତାଜୀ ସ୍ପୋର୍ଟଙ୍ଗ ସଦସ୍ୟ ମାନେ ପ୍ରତାପ ଥପା, ଅନୀଳ ପ୍ରଧାନ, ମନୋଜ ଦାସ, ଭଗବାନ ମହାକୁର, ଶରତ ହାତୀ, ହେମ ସାଗର ବାରିକ, ଗୋପବନ୍ଧୁ ସେଠ, ଉଷତ ବାରିକ, ଜୟନ୍ତ ଦାସ, ସଞୀୟ ବାରିକ, ଡ଼ଗ୍ରୀ ବାରିକ, ସୁଶାନ୍ତ ପ୍ରଧାନ, କ୍ଷମାନିଧି ମହାକୁର ଆଦି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |

Comments are closed.