Related Contents

ବେପରୁଆ ଗାଡି ଚଳାଇ ଦୁର୍ଘଟଣାର ଶିକାର

ରିପୋର୍ଟ: ଜଗଦୀଶ ଦାସ
ଜି.ଉଦୟଗିରି (୨୮/୦୯): ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ ଢଙ୍ଗରେ କିଛି ଗାଡି ଚାଳକ ଦୃତ ଗତିରେ ଗାଡି ଚଲାଇ ଦୁର୍ଘଟଣାର ଶିକାର ହେବାର ବର୍ତ୍ତମାନ ମଧ୍ୟ ଦେଖାଦେଉଛି ।

ସରକାର ଯେତେ ସଚେତନ କଲେ ମଧ୍ୟ କେତକ ଗାଡି ଚାଳକ ସୁଧୁରୁ ନ ଥିବା ଯୋଗୁଁ ଆଜି(ଶୁକ୍ରବାର) ସନ୍ଧ୍ୟାରେ ଜି.ଉଦୟଗିରି ପଦାସାହି ମୂଖ୍ୟ ରାସ୍ତାରେ ଏକ ଦୁର୍ଘଟଣା ଘଟି ଯାଇଛି । ସୁଚନାନୁସାରେ ଏକ ବୋଲରୋ ପିକଅପ୍ (ଓଡି-୦୫ ଏବି୬୦୭୬) କୋବି ବୋଝେଇ ଗାଡି ରାଇକିଆରୁ ଆଠଗଡ ଯାଉଥିବା ବେଳେ ବିପରୀତ ପଟୁ ଆସୁଥିବା ଏକ ମାରୁତି କାର(ଓଡି-୩୩ ଭି ୫୨୦୫) ମଧ୍ୟରେ ପଦାସାହି ମୂଖ୍ୟ ରାସ୍ତାରେ ମୁହାଁମୁହିଁ ଧକ୍କା ହେବା ଫଳରେ ମାରୁତି କାରଟି ରାସ୍ତା ତଳକୁ ଖସିଯାଇଥିଲା । ଦୁର୍ଘଟଣାରେ କାରଟି ଅଧିକ କ୍ଷତିଗ୍ରସ୍ଥ ହୋଇଥିବା ବେଳେ ଗାଡିର ଦୁଇ ଡ୍ରାଇଭର ସହ ତିନି ଜଣ ଯାତ୍ରୀ ଅଳ୍ପକେ ବଞ୍ଚି ଯାଇଛନ୍ତି । ରାସ୍ତା ଚଉଡା ଓ ଖାଲି ଥିବାରୁ ଦୃତ ଗତିରେ ଗାଡି ଯାଉଥିବା ଯୋଗୁଁ ଦୁର୍ଘଟଣା ହେଲା ବୋଲି ଲୋକେ କହୁଛନ୍ତି । ସ୍ଥାନୀୟ ପୋଲିସ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ରାସ୍ତରୁ ଗାଡି ହଟାଇବା ବ୍ୟବସ୍ଥା କରିଛନ୍ତି ।

Comments are closed.