Friday, March 29, 2024

Top 5 This Week

Related Posts

ଦୀପାବଳିରେ ଯୁବପିଢ଼ି ଙ୍କୁ ମେଗା ଉପହାର ଦେବେ ମୋଦି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୦/୧୦) : ଖୁସି ଖବର ଦେବେ ମୋଦି । ଏହି ଦୀପାବଳିରେ ଯୁବପିଢ଼ି ଙ୍କୁ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବ୍ୟାପି ୭୫,୦୦୦ ନିଯୁକ୍ତି ଆଶାୟୀଙ୍କୁ ଚାକିରି ଦେବେ ମୋଦି ସରକାର ।

ଶନିବାର ଏ ସମ୍ପର୍କରେ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦୀପାବଳିରେ ଯୁବପିଢ଼ି ଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଦୀପାବଳି ପୂର୍ବରୁ ମୋଦି ଏହି ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଏହି ଅବସରରେ ଦେଶ ର ପ୍ରାୟ ୭୫,୦୦୦ ଯୁବପିଢ଼ିଙ୍କୁ ଅଫର ଲେଟର ପ୍ରଦାନ କରାଯିବ । କେନ୍ଦ୍ରସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀରେ ଏହି ନିଯୁକ୍ତି ମିଳିବ ।

ମୁଖ୍ୟତଃ ପ୍ରତିରକ୍ଷା ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ, ଡାକ ବିଭାଗ, ଗୃହ ମନ୍ତ୍ରଣାଳୟ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ, ସିବିଆଇ, କଷ୍ଟମ୍ସ ଏବଂ ବ୍ୟାଙ୍କିଙ୍ଗରେ ଏହି ଚାକିରି ବଣ୍ଟନ କରାଯିବ । ଦେଶ ର ବିଭିନ୍ନ ସହରରୁ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀମାନେ ଅଂଶଗ୍ରହଣ କରିବେ । ଓଡ଼ିଶାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗୁଜରାଟରୁ ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ, ଚଣ୍ଡିଗଡ଼ରୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ମହାରାଷ୍ଟ୍ରରୁ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, ରାଜସ୍ଥାନରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ତାମିଲନାଡୁରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହେବ । ସେହିପରି ଉତ୍ତରପ୍ରଦେଶରୁ ମନ୍ତ୍ରୀ ମହେନ୍ଦ୍ର ପାଣ୍ଡେ, ଝାଡଖଣ୍ଡରୁ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ବିହାରରୁ ପଞ୍ଚାୟତ ମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।

ଅନ୍ୟ ମନ୍ତ୍ରୀ ମାନେ ମଧ୍ୟ ବିଭିନ୍ନ ସହରରୁ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହେବେ । ସମସ୍ତ ବିଜେପି ସାଂସଦ ସେମାନଙ୍କ ସଂସଦୀୟ ମଣ୍ଡଳୀରୁ ଯୋଗଦେବେ । ଦେଶରେ ବେକାରୀ ସମସ୍ୟା ଓ ନଯୁକ୍ତି ହ୍ରାସକୁ ନେଇ ବିରୋଧୀ କ୍ରମାଗତ ଭାବେ କେନ୍ଦ୍ର ର ବିଜେପି ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି । ଗତ ଜୁନ ମାସରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୁଯୋଗ ନେଇ ଏକ ଘୋଷଣା କରିଥିଲେ । ସେ କହିଥିଲେ ଯେ, ଆସନ୍ତା ୧୮ ମାସ ମଧ୍ୟରେ ଦଶ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କଂଗ୍ରେସ ନେତା ରାହୁଲ ଗାନ୍ଧି ସେତେବେଳେ ମୋଦିଙ୍କ ଏହି ଘୋଷଣାକୁ ମହା ଜୁମଲା ସରକାର କହି ଆକ୍ଷେପ କରିଥିଲେ ।

Popular Articles