Advertisements
Tuesday, June 2, 2020
Home Cultural & Festival ପାର୍ବଣ ଋତୁରେ ଚାନ୍ଦା ଆଦାୟକାରୀଙ୍କ ଦୌରାତ୍ମ୍ୟକୁ ଦମନ କରିବାକୁ ଦାବି

ପାର୍ବଣ ଋତୁରେ ଚାନ୍ଦା ଆଦାୟକାରୀଙ୍କ ଦୌରାତ୍ମ୍ୟକୁ ଦମନ କରିବାକୁ ଦାବି

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୨୭/୦୯): ଆରମ୍ଭ ହେଲା ପାର୍ବଣ ୠତୁ | ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ଠାରୁ ଆରମ୍ଭ ହୋଇଯାଇଛି, ଆମ ଭାରତ ବର୍ଷର ପାର୍ବଣର ଋତୁ । ଆଗକୁ ଅଛି ପୁଣି ଦୁର୍ଗାପୂଜା ବା ଦଶହରା,ଲକ୍ଷ୍ମୀପୂଜା, କାଳି ପୂଜା ଏମିତି ବିଭିନ୍ନ ପୂଜା ପାର୍ବଣ । କିନ୍ତୁ, ପୂଜା ନାମରେ ଚାନ୍ଦା ଆଦାୟ କାରୀଙ୍କ ଦୌରାତ୍ମ୍ୟ ଆରମ୍ଭ ହୋଇଯାଏ ଏହି ଦିନ ମାନଙ୍କରେ । ପ୍ରତ୍ୟକ ଛକ ଓ ରାସ୍ତାରେ ଚାନ୍ଦା ଆଦାୟ କରିବା ଆଇନ ସଙ୍ଗତ ହୋଇ ଗଲାଣି କିଛି ଯୁବକ ମାନଙ୍କ ମଧ୍ୟରେ ।

ପୂଜା କରନ୍ତୁ ବା ନ କରନ୍ତୁ ଚାନ୍ଦା ଆଦାୟ ବାଧ୍ୟତାମୂଳକ ଭାବିଥାନ୍ତି କିଛି ଚାନ୍ଦା ଆଦାୟକାରି ଦଳ । ଅନେକ ସ୍ଥାନରେ ଦେଖା ଯାଇଛି, ଚାନ୍ଦା ଆଦାୟ କରୁଥିବା ଯୁବକ ମାନେ ଜୋର ଜବରଦସ୍ତ ପଥଚାରୀ ଓ ଦୋକାନ ବଜାରର ବ୍ୟବସାୟୀଙ୍କ ଠାରୁ ଚାନ୍ଦା ଆଦାୟ କରନ୍ତି । ଯଦି କେହି ନ ଦିଅନ୍ତି, ଯୁବକମାନେ ଗଣ୍ଡଗୋଳ କରିବାକୁ ବି ପଛାନ୍ତି ନାହିଁ । ଏପରିକି ରାଜ ରାସ୍ତାରେ ଟ୍ରକ, ଜିପ ଓ ଅନ୍ୟ ଗାଡି ଗୁଡାକୁ ଅଟକାଇ ଚାନ୍ଦା ଆଦାୟ କରୁଛନ୍ତି । ଏହିପରି ଗାଡି ଗୁଡାକୁ ଅଟକାଇ ଚାନ୍ଦା ଆଦାୟ କରାଯାଉଥିବା ବେଳେ କିଛି ଗାଡି ନିୟନ୍ତ୍ରଣ ହରାଇ ରାସ୍ତାରେ ଥିବା ଅନ୍ୟ ଗାଡ଼ି କିମ୍ବା ବ୍ୟକ୍ତିଙ୍କ ଉପରେ ମଧ୍ୟ ମାଡି ଯାଉଥିବା ଦୃଶ୍ୟଦେଖା ଦେଇଛି ବୋଲି କହିଛନ୍ତି ଦେଖଣାହାରୀ । ଏହା କୌଣସି ନା କୌଣସି ସ୍ଥାନରେ ଘଟୁଥିଲେ ମଧ୍ୟ ଏଥିପାଇଁ ଜନ ସଚେତନତା ହେଉନାହିଁ । ନା ପ୍ରଶାସନ ୟା ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ନେଉଛନ୍ତି ନା ଜନ ସାଧାରଣ । ଏହି ଦିନ ମାନଙ୍କରେ ପୋଲିସ ପେଟ୍ରୋଲିଂ ଅଧିକ କଡାକଡି କରାଯାଇଥାନ୍ତା, ତେବେ ଏହି ଚାନ୍ଦା ଆଦାୟ କାରୀଙ୍କ ଦାଦାଗିରି କିଛି ତ କମ ହୁଅନ୍ତା । ତେଣୁ ପ୍ରଶାସନ ସହିତ ପୋଲିସ ମଧ୍ୟ ଏହି ସମସ୍ୟାରେ ନିରାକୋରଣ ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନସାଧାରଣରେ ଆଲୋଚନା ହେଉଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: