୨ ଟି ବାଲି ବୋଝେଇ ଟ୍ରାକ୍ଟର ଜବତ : ୫୦ ହଜାର ଟଙ୍କା ଜୋରିମାନା ଆଦାୟ

0
180
୨ ଟି ବାଲି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୯/୧୦) : ବିନିକା ଖଦାଲପଡା ଛକରେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଡ଼. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ୨ ଟି ବାଲି ବୋଝେଇ ଟ୍ରାକ୍ଟର କୁ ଜବତ କରିଛନ୍ତି ।

ଉପଜିଲ୍ଲାପାଳ ଡ଼. ମିଶ୍ର ବିନିକା ଆସୁଥିବା ବେଳେ ଉକ୍ତ ଛକରେ ୨ ଟି ବାଲି ବୋଝେଇ ହୋଇଥିବା ଟ୍ରାକ୍ଟର ନଂ (ଓଡି-୧୭-ବି-୧୫୮୪) ଏବଂ (ଓଡି-୧୭-ଡି-୪୦୮୭) କୁ ଜବତ କରି କାଗଜପତ୍ର ଯାଞ୍ଚ କରିଥିଲେ । ଟ୍ରାକ୍ଟର ଦ୍ଵୟକୁ ଜବତ କରି ବିନିକା ଥାନାରେ ଜିମା ଦିଆଯାଇଥିଲା । ପରେ ସୁବର୍ଣ୍ଣପୁର ପରିବହନ କର୍ମଚାରୀ ପହଞ୍ଚି ଉକ୍ତ ଟ୍ରାକ୍ଟର ଦ୍ୱୟ ର କାଗଜପତ୍ର ଯାଞ୍ଚ କରିବା ପରେ କାଗଜପତ୍ର ଠିକ ନ ଥିବାରୁ ଉଭୟ ଟ୍ରାକ୍ଟର ରୁ ୨୫ ହଜାର ଟଙ୍କା ଲେଖାଏଁ ସମୁଦାୟ ୫୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହି ଚଢ଼ାଉ ସମୟରେ ବିନିକା ରାଜସ୍ୱ ନିରୀକ୍ଷକ ବସନ୍ତ ବରିହା ଓ ତହସିଲ କର୍ମଚାରୀ ଉପସ୍ଥିତ ଥିଲେ ।