ବିନିକା ଗସ୍ତରେ ଆସି ଡାକ୍ତରଖାନା ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

0
147
ବିନିକା ଗସ୍ତରେ ଆସି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୯/୧୦) : ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଆଜି ସକାଳେ ବିନିକା ଗସ୍ତରେ ଆସି ଅଚାନକ ବିନିକା ଡାକ୍ତରଖାନା ପରିଦର୍ଶନ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଡାକ୍ତରଖାନାରେ ଚାଲିଥିବା ରୋଗୀ ସେବା ସମ୍ପର୍କରେ କ୍ଷମତାପ୍ରାପ୍ତ ବିନିକା ମେଡିକାଲ ଅଫିସରଙ୍କୁ ପଚାରି ବୁଝିଥିଲେ । ବିନିକା ଗସ୍ତରେ ଆସି ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ ସମୟରେ ବିଭିନ୍ନ ୱାର୍ଡ଼ ବୁଲି ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଏଠି ସ୍ୱାସ୍ଥ୍ୟ ସେବା କିପରି ଚାଲିଛି ଏବଂ ଡାକ୍ତରମାନେ ରୋଗୀଙ୍କୁ କିପରି ଭାବରେ ଚିକିତ୍ସା କରୁଛନ୍ତି କିମ୍ବା ଏଥିପ୍ରତି ତାଙ୍କର ଅବହେଳା ରହୁଛି କି ବୋଲି ରୋଗୀଙ୍କ ଠାରୁ ପଚାରି ବୁଝିଥିଲେ ।

ଏପରି ସ୍ଥିତିରେ ଜିଲ୍ଲାପାଳ କିଛି ମାସ ତଳେ ଉଦ୍ଘାଟନ ହୋଇଥିବା ନୂତନ ମେଡିକାଲ ଗୃହ ର ସ୍ଥିତି ଓ ଅବସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଶ୍ରୀମତୀ ନରୱଣେଙ୍କ ବିନିକା ମେଡିକାଲ ପରିଦର୍ଶନ ସମୟରେ ମେଡିକାଲ ଅଫିସର ଅଂଶୁମାଳିନୀ ପଣ୍ଡାଙ୍କ ସହ କାର୍ଯ୍ୟରତ ସମୂହ କର୍ମଚାରୀ ଉପସ୍ଥିତ ଥିଲେ ।