ପୂର୍ବତନ ବିଚାରପତିଙ୍କ ମାଛକୁଣ୍ଡ ଗସ୍ତ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମାତାପୁଟ(୨୬/୦୯): ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ଗୋପାଳ ବଲ୍ଲଭ ଦାସ ମାଛକୁଣ୍ଡ ପରିଦର୍ଶନ କରିଥିଲେ । ଓଡିଶା କାଶ୍ମୀର କୁହାଯାଉଥିବା ଡୁଡୁମା ଜଳପ୍ରପାତ ମୋନଲୋଭା ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଥିଲେ ଶ୍ରୀ ଦାସଙ୍କ ପରିବାର ।

ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ପୋଲିସ ଓ ବିଏସଏଫ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା । ଏହି ପୁରାତନ ବିଦ୍ୟୁତ୍ ପ୍ରକଳ୍ପ ରାଜ୍ୟ ପାଇଁ ଗୌରବ ବୋଲି ମତ ପ୍ରକାଶ କରୁଥିଲେ । ପ୍ରକଳ୍ପ ଅଧିକାରୀ ମାନେ ଉପସ୍ଥିତ ରହି ବିଦ୍ୟୁତ୍ କିପରି ଉତ୍ପାଦନ ଚାଲିଛି ବର୍ତ୍ତମାନର ପରିସ୍ଥିତି କଣ ବିସ୍ତୃତ ଭାବରେ ବୁଝାଇଥିଲେ । ଏହି ଅବସରରେ ଶ୍ରୀ ଦାସ କହିଥିଲେ କି ମୁଁ ୧୩ ବର୍ଷ ଧରି ଓଡ଼ିଶାର ଉଚ୍ଚନ୍ୟାୟାଳୟରେ କାର୍ଯ୍ୟ କରିଛି, ଓଡିଆ ପୁଅ ବୋଲି ନିଜକୁ ଗର୍ବିତ ମନେ କରୁଛି । ଏହି ପ୍ରକଳ୍ପରୁ ଉଭୟ ରାଜ୍ୟ ଆନ୍ଧ୍ର ଓ ଓଡ଼ିଶା ବେଶ ଉପକୃତ ହେଉଛନ୍ତି । ଗସ୍ତ କାର୍ଯ୍ୟକ୍ରମରେ ବ୍ଲକ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ତହସିଲଦର୍ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ ।

Comments are closed.