ଟାଟା ଇଲେକ୍ଟ୍ରୋନିକ୍ସ ଦ୍ୱାରା ନିଯୁକ୍ତି ପାଇଥିବା ୨୨୦ ଜଣ ଛାତ୍ରୀଙ୍କ ହୋସୁର ଗସ୍ତ

0
137
ଟାଟା ଇଲେକ୍ଟ୍ରୋନିକ୍ସ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, ତା (୧୯/୧୦) : ଆଜି ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ଗତ ୨୪/୯/୨୦୨୨ ରେ ନିଯୁକ୍ତି ପାଇଥିବା କଳାହାଣ୍ଡି ଜିଲ୍ଲା ର ୨୨୦ ଜଣ ଛାତ୍ରୀଙ୍କ ତାମିଲନାଡୁ ଜିଲ୍ଲା ର ହୋସୁର ସହରକୁ ଗସ୍ତ କରିଛନ୍ତି ।

କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ସକାଳ ୮.୦୦ ଘ ସମୟରେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ନେଇ ଯାଉଥିବା ୫ ଟି ବସ କୁ ପତାକା ଦେଖାଇ ଶୁଭ କାମନା କରିଥିଲେ । ରାଜ୍ୟ ସରକାର ସହଯୋଗ ତଥା ଜିଲ୍ଲା ପ୍ରଶାସନ ଉଦ୍ୟମରେ ପ୍ରଥମ କରି ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡରେ ଏତେ ସଂଖ୍ୟକ ଛାତ୍ରୀ ନିଯୁକ୍ତି ପାଇବା ଆମ ପାଇଁ ଖୁସି ର ଖବର । ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ବି ଡି ଓ ଙ୍କ ତତ୍ତ୍ଵାବଧାନରେ ଛାତ୍ରୀ ମାନେ ଆଇ ଟି ଆଇ ରେ ପହଞ୍ଚିଥିଲେ । ବସରେ ଛାତ୍ରୀମାନେ ଭୁବନେଶ୍ୱର ଏୟାରପୋର୍ଟ ପହଞ୍ଚି ସେଠାରୁ ବାଙ୍ଗାଲୋର ଯାଇ ହୋସୁର ପହଞ୍ଚିବେ । ଛାତ୍ରୀମାନଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ସୁବିଧା କରିବା ପାଇଁ ଜିଲ୍ଲା ନିୟୋଜନ ସଂସ୍ଥା ରୁ ଜିଲ୍ଲା କର୍ମ ନିଯୁକ୍ତି ଅଧିକାରୀ ଶ୍ରୀ ଅଜିତ କୁମାର ଉତ୍ତରାୟ ତଥା ଅନ୍ୟ ଷ୍ଟାଫ ଦୁଇ ଦିନ ହୋସୁରରେ ଅବସ୍ଥାନ କରିବେ ।

ଲାଞ୍ଜିଗଡ଼ ତଥା ଅନ୍ୟାନ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଅନେକ ଆଦିବାସୀ ଝିଅ ନିଜର ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ହୋସୁର ଯାଉଛନ୍ତି । ଏହି ଗସ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁଳପତି ଶ୍ରୀ ସଞ୍ଜୟ ଶତପଥୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଡି ପି ଏମ ଓ ଏଲ୍ ଏମ ଶ୍ରୀ ପ୍ରଶାନ୍ତ ମିଶ୍ର, ଏ ପି ଡି ଶ୍ରୀ ବିମ୍ବାଧର ସାହୁ ଙ୍କ ସମେତ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।