ଦୁର୍ଘଟଣା ଘଟାଇବା ପୂର୍ବରୁ ତିନି ଦୁର୍ବୃତ୍ତ ନିଜେ ଦୁର୍ଘଟଣା ର ଶିକାର

0
134
ଦୁର୍ଘଟଣା ଘଟାଇବା ପୂର୍ବରୁ

ରିପୋର୍ଟ : ସୁଶାନ୍ତ କୁମାର ବେହେରା
ବୌଦ୍ଧ, (୨୦/୧୦) : ମନମୁଣ୍ଡା ଥାନା ବିଲାସପୁର ପଞ୍ଚାୟତ ରାଜୀବ ଗାନ୍ଧି ସେବା କେନ୍ଦ୍ର ନିକଟରେ ଦୁର୍ଘଟଣା ଘଟାଇବା ପୂର୍ବରୁ ତିନି ଦୁର୍ବୃତ୍ତ ନିଜେ ଦୁର୍ଘଟଣା ର ଶିକାର ହୋଇଥିଲେ । ମନମୁଣ୍ଡା ପୋଲିସ ବିଭିନ୍ନ ମାରଣାସ୍ତ୍ର ସହ ତିନି ଜଣ ଦୁର୍ବୃତ୍ତ ଙ୍କୁ କାବୁ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଏକ ସ୍କୁଟି OD 27 8495 ତିନି ଜଣ ଯୁବକ ମନମୁଣ୍ଡା ପାସ୍ୱରୁ ସଗଡା ପଟକୁ ଯାଉଥିବା ବେଳେ ବିଲାସପୁର ରାଜୀବ ଗାନ୍ଧି ସେବା କେନ୍ଦ୍ର ନିକଟରେ ସ୍ଥାନରେ ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ । ସକାଳୁ କିଛି ଲୋକ ଶୌଚ ପାଇଁ ଯାଇଥିବା ବେଳେ ସ୍କୁଟି ସହ ତିନି ଜଣ ଯୁବକ ଓ ମାରଣାସ୍ତ୍ର ପଡ଼ିଥିବା ଦେଖି ମନମୁଣ୍ଡା ପୋଲିସ କୁ ଖବର ଦେଇଥିଲେ । ଦୁର୍ଘଟଣା ଘଟାଇବା ପୂର୍ବରୁ ତିନି ଦୁର୍ବୃତ୍ତ ନିଜେ ଦୁର୍ଘଟଣା ର ଶିକାର ହୋଇଥିଲେ । ସୂଚନା ପାଇ ମନମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତିନି ଦୁର୍ବୃତ୍ତଙ୍କୁ କାବୁ କରିବା ସହ ୧୦୮ ଆମ୍ବୁଲାନ୍ସ ଯୋଗେ ମନମୁଣ୍ଡା ମେଡିକାଲ କୁ ପଠାଇଥିଲା ।

ଅନ୍ୟପଟେ ଘଟଣା ସ୍ଥଳରୁ ପୋଲିସ ଭୁଜାଲି, ତରୁୱାଳ ଓ ହାତୁଡି ଜବତ କରିଥିଲା । ମନମୁଣ୍ଡା ପୋଲିସ ତଦନ୍ତ ପରେ ସେମାନେ ବ୍ୟବହାର କରୁଥିବା ସ୍କୁଟି ବୌଦ୍ଧ ଥାନା ଅଞ୍ଚଳରୁ ସାତଦିନ ଦିନ ତଳେ ଚୋରି ହୋଇଥିବା ଜାଣିବାକୁ ପାଇଥିଲା । ଫଳରେ ବୌଦ୍ଧ ପୋଲିସ କୁ ସୂଚନା ଦିଆଯାଇଥିଲା । ବୌଦ୍ଧ ପୋଲିସ ମନମୁଣ୍ଡା ପହଞ୍ଚି ତିନି ଜଣ ଦୁର୍ବୃତ୍ତ ଙ୍କୁ ଗିରଫ କରି ବୌଦ୍ଧ ନେଇଥିବା ଆଇଆଇସି ଅଶ୍ଵିନୀ ଭିତିରିଆ ସୂଚନା ଦେଇଛନ୍ତି ।