ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପାଳିତ

0
133
ଆଞ୍ଚଳିକ ସ୍ତରୀୟ

ରିପୋର୍ଟ: ନରତ୍ତମ ପାଢ଼ୀ
ବିଷମକଟକ, (୧୮/୧୦) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ପଞ୍ଚାୟତ ସ୍ଥିତ ଝିମିରି ଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଥିଲା ।

ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ରେ ଚାଟିକଣା ସାଧନ କେନ୍ଦ୍ର ଅଧିନସ୍ଥ ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଉକ୍ତ ଶିଶୁ ମହୋତ୍ସବ କୁ ଚାଟିକଣା ସିଆରସିସି ରବୀନ୍ଦ୍ର ନାଗ, ବେଥିଆପଡ଼ା ସିଆରସିସି ମଦନ ମୋହନ ଜେନା ପ୍ରମୁଖ ଯୋଗ ଦେଇଥିବା ବେଳେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଏହି ସୁରଭି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ପୁରସ୍କାର ବିତରଣ ଉତ୍ସବ ରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ବିତର୍କ ରେ ମେଘନାଦ ଦାସ, ନିୟମଗିରି ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିବା ସହ ପ୍ରବନ୍ଧ ରେ ସିମ୍ରନ ଦାସ, ଚିତ୍ରାଙ୍କନ ରେ ଶୁଭଙ୍କର ମହାନନ୍ଦିଆ, ସଙ୍ଗୀତ ରେ ଟୁନି ମିଣିଆକା କୃତକାର୍ଯ୍ୟ ହୋଇଥିବା ଜଣାପଡିଛି ।