Related Contents

ରକ୍ତଦାନ ସଚେତନତା ପାଇଁ ପଦଯାତ୍ରା

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି (୨୭/୯): ମାଲକାନଗିରି ସ୍ଥାନୀୟ ସରକାରୀ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଯୁବ ରେଡ଼କ୍ରସ ତରଫରୁ ଏକ ରକ୍ତଦାନ ସଚେତନତା ରାଳିର ଆୟୋଜନ କରାଯାଇଥିଲା । ଏହି ରାଳିର ଉଦଘାଟନ ମାଲକାନଗିରି ଆଦର୍ଶ ପୋଲିସ ଷ୍ଟେସନ ଅଧିକାରୀ ରାମ ପ୍ରସାଦ ନାଗ କରିଥିଲେ । ଏବଂ ଉକ୍ତ ରାଳିରେ ପୋଲିସ ଅଧିକାରୀ ରାମ ପ୍ରାସାଦ ନାଗ ସହ ଏଚ,ଡି,ଏଫ,ସି ବ୍ୟାଙ୍କର ଅପରେସନାଲ ମ୍ୟାନେଜର ଗୋବିନ୍ଦ ରବିକୁମାର,ମାଲକାନଗିରି ଯୁବ ରେଡ଼କ୍ରସର ଆବାହକ ସଂପାଦକ ଡ଼. ରଂଜନ କୁମାର ସ୍ୱାଇଁ, ମାଲକାନଗିରି ର ବରିଷ୍ଠ ଓକିଲ ଗୋବିନ୍ଦ ପାତ୍ର,ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚନ୍ଦନ ମିଶ୍ର, ପ୍ରମୁଖ ଯୋଗ ଦେଇଥିଲେ।ଏହି ରାଲି ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରୁ ଆରମ୍ଭ ହୋଇ ବାଲିମେଳା ଛକ ଠାରୁ ଡି.ଏନ.କେ ଛକ ପର୍ଯ୍ୟନ୍ତ ଯାତ୍ରା କରାଯାଇଥିଲା।

ଏଥିରେ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ରକ୍ତଦାନ ସମ୍ପର୍କିତ ସ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନ କରେଇବା ସହ ବିଭିନ୍ନ ଦୋକାନ ବ୍ୟାବସାୟି ଓ ସାଧାରଣ ଲୋକମାନଙ୍କୁ ଏଥିପ୍ରତି ଆକର୍ଷିତ କରିଥିଲେ। ଏହି ରାଳିରେ ଛାତ୍ରଛାତ୍ରୀ ମାନେ ରକ୍ତଦାନ କରିବା ପାଇଁ ଆସନ୍ତା ତା:୦୧/୧୦/୨୦୧୯ ରିଖ ଦିନ ଜତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ ଅବସରରେ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ହେବାକୁଥିବା ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ କରିବାକୁ ୧୮୦ ଜଣ ଲୋକମାନଙ୍କ ଠାରୁ ସହମତ ହାସଲ କରିବାରେ ସଫଳତା ଅର୍ଜନ କରିଛନ୍ତି। ଏବଂ ସମସ୍ତ ଜନସାଧାରଣ ମାନଙ୍କୁ ରକ୍ତଦାନ କରିବା ପାଇଁ ଅନୁରୋଧ କରିଛନ୍ତି। ଯାହା ଦ୍ୱାରା ଅନେକ ରୋଗୀ ଉପକୃତ ହେବେ।ଏହି ରକ୍ତଦାନ ରାଳିର ଆୟୋଜନ କରିଥିଲେ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଡ. କ୍ଷୀରୋଦ ଚନ୍ଦ୍ର ନାୟକ,ରତ୍ନାକର ମିଶ୍ର, ଅନିଶ ଶବର, ଭାସ୍କର ସାହୁ, ବି.ତ୍ରିପାଠୀ,ସଙ୍କର ନାୟକ, ସୂର୍ଯ୍ୟ ନାରାୟଣ ଗୌଡ଼,ସମୀର କୁମାର ଦକୁଆ ଏବଂ ଲକ୍ଷ୍ମୀଧର ମାଟିଆ ଆଦି ସହଯୋଗ କରିଥିଲେ। ଏବଂସମସ୍ତ କାର୍ଯ୍ୟକ୍ରମ ର ପରିଚାଳନା ବିଦ୍ୟାଳୟର ଯୁବ ରେଡ଼କ୍ରସ ପରାମର୍ଶଦାତା ଡ଼.ଆଶୀଷ ରାଠୋରଙ୍କ ଦ୍ଵାରା କରାଯାଇଥିଲା।

Comments are closed.