Thursday, March 28, 2024

Top 5 This Week

Related Posts

ଅଜଣା ଗାଡ଼ି ଧକ୍କାରେ ତିନି ଗୁରୁତର : ଗୁରତର ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର

ରିପୋର୍ଟ : ନରତ୍ତମ ପାଢ଼ୀ
ବିଷମ କଟକ, (୧୮/୧୦) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ସାନ ଗୋତିଗୁଡା ଗାଁ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ଅଜଣା ଗାଡି ଧକ୍କାରେ ତିନି ଜଣ ଗୁରୁତର ହୋଇଛନ୍ତି ।WhatsApp Image 2022 10 19 at 8.39.06 PM ଅଜଣା ଗାଡ଼ି ଧକ୍କାରେ ତିନି ଗୁରୁତର : ଗୁରତର ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର

ଅଜଣା ଗାଡି ଟି ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ କିଛି ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ବିଷମ କଟକ ଘରୋଇ ଖ୍ରୀଷ୍ଠୀୟାନ୍ ହସ୍‌ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଆହତ ତିନି ଜଣ ହେଲେ ବାପା, ପୁଅ ଏବଂ ଝିଅ । ଘଟଣା ରୁ ଜଣାପଡ଼ିଛି ଯେ ଚାଟିକୋଣା ଗ୍ରାମ ର ନରେନ୍ଦ୍ର ମହାପାତ୍ର (୪୦), ତାଙ୍କ ପୁଅ ସିବେନ୍ଦ୍ର ମହାପାତ୍ର (୯) ଏବଂ ଝିଅ କେଟି ମହାପାତ୍ର (୫) ଙ୍କୁ ମଟର ସାଇକଲରେ ବିଷମ କଟକ କୁ କୌଣସି କାର୍ଯ୍ୟରେ ଆସି ଘରକୁ ଫେରୁଥିବା ବେଳେ ସାନଗୋତିଗୁଡା ନିକଟରେ ଥିବା ରାଜ୍ୟ ରାଜପଥ ସଡକ ର ବିପରିତ ଦିଗରୁ ଏକ କାର ଦ୍ରୁତ ଗତିରେ ଆସି ନରେନ୍ଦ୍ର ର ବାଇକ୍ କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା ।

ଦୁର୍ଘଟଣା ଘଟିବା ପରେ ଗୁରୁତ ଅବସ୍ଥାରେ ଆହତ ମାନକୁ ଉଦ୍ଧାର କରି ଏକ ଗାଡି ସହାୟତରେ ବିଷମ କଟକ ଖ୍ରୀଷ୍ଠୀୟାନ୍ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ । ଆହତ ତିନି ଜଣଙ୍କ ଉନ୍ନତ ଚିକିତ୍ସା ନିମନ୍ତେ ସମସ୍ତ ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିବା ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିବା ବେଳେ ସମସ୍ତ ଆହତ ଙ୍କୁ ଓଡ଼ିଶା ମୋ ପରିବାର ନିଃଶୁଳ୍କ ଆମ୍ବୁଲାନ୍ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ନରେନ୍ଦ୍ର ମହାପାତ୍ର ଙ୍କ ଅବସ୍ଥା ସଂଙ୍କଟାପନ୍ନ ଥିବା ମେଡିକାଲ ସୂତ୍ରରୁ ସୂଚନା ପ୍ରଦାନକରାଯାଇଛି । ଏହି ଘଟଣାକୁ ନେଇ ବିଷମ କଟକ ପୋଲିସ ତଦନ୍ତ ଆରମ୍ଭ କରିଛି ।

Popular Articles