ପୋଲିସ ନିକଟରେ ୨ଲକ୍ଷ ଇନାମି ନକ୍ସଲର ଆତ୍ମସମର୍ପଣ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି(୨୭/୦୯): ଓଡିଶା ପୋଲିସ ଓ ସି ଆର ପି ଏଫ ନିକଟରେ ହାର୍ଡକୋର ନକ୍ସଲ ଦୁଲା ମାଡକାମୀ ଆତ୍ମସମର୍ପଣ କରିଛି । ଗତ ୨୦୧୫ ମସିହା ରୁ ମାଓ ସଂଗଠନ ରେ କାର୍ଯ୍ୟରତ ଗୁମ୍ମା ଏରିଆ କମିଟିର ସଦସ୍ୟ ଓ ହାର୍ଡକୋର ମାଓବାଦୀ ଉଦୟଙ୍କ ସହଯୋଗୀ ଭାବେ କାମ କରୁଥିଲା ।

ରାଜ୍ୟ ସରକାର ପକ୍ଷରୁ ଦୁଲା ନାମରେ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।ଆତ୍ମସମର୍ପଣ କରି ସରକାରଙ୍କ ମୁଖ୍ୟଧାରାରେ ସାମିଲ ହେଇଛି । ଗୁରୁପ୍ରିୟା ସେତୁ ନିର୍ମାଣ ହେବାପରେ ମାଓ ସଙ୍ଗଠନର ଦୁର୍ବଳତା, ଜିଲ୍ଲା ପ୍ରଶାସନର ସ୍ୱାଭିମାନ ଅଞ୍ଚଳରେ ଉନ୍ନତି ମୂଳକ କାମ, ପ୍ରତିଦିନ ସୁରକ୍ଷାବଳ ଦ୍ୱାରା ଅପରେସନ ହେବା ମାଓସଙ୍ଗଠନ ଭୁଶୁଡି ଥିବା ଜାଣି ସେ ଓଡିଶା ପୋଲିସ ଏବଂ ୭୪ବାଟାଲିୟନ ସି ଆର ପି ଏଫଙ୍କ ନିକଟରେ ଆତ୍ମସମର୍ପଣ କରିଛି । ଗତ ୨୦୧୬ ମସିହା ଅକ୍ଟୋବର ୨୪ ତାରିଖରେ ରାମାଗୁଡା ଠାରେ ପୋଲିସ ଉପରେ ଆକ୍ରମଣ କରିବା, ୨୦୧୫ ମସିହା ଡିସେମ୍ବର ୨୪ ତାରିଖରେ ଜଣେ ନିରୀହ ବ୍ୟକ୍ତିଙ୍କୁ ମାରିବା ଭଳି ବିଭିନ୍ନ ଜଘନ୍ୟ ହିଂସା କାଣ୍ଡ ରେ ଜଡିତ ଥିଲେ ।

Comments are closed.