Advertisements
Monday, June 1, 2020
Home District News ବିନିକା ଜେଏମଏଫସି କୋର୍ଟରେ ହଜାର ହୋଇ ଜାମିନରେ ଗଲେ ସିସୋର ମୁଖ୍ୟ ପ୍ରଶାନ୍ତ କୁମାର ଦାସ

ବିନିକା ଜେଏମଏଫସି କୋର୍ଟରେ ହଜାର ହୋଇ ଜାମିନରେ ଗଲେ ସିସୋର ମୁଖ୍ୟ ପ୍ରଶାନ୍ତ କୁମାର ଦାସ

ରିପୋର୍ଟ: ଧ୍ରୁବରାଜ ମିଶ୍ର
ବିନିକା(୨୬/୦୯): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଂଚଳର ୩୬ଜଣ ବ୍ୟକ୍ତି ସିସୋର କମ୍ପାନୀ ଠାରେ ଅଧିକ ସୁଦ୍ଧା ପାଇବା ଆଶାରେ ଖାତା ଖୋଲି ପ୍ରାୟ ୨କୋଟି ଟଙ୍କା ଜମାକାରୀ ଠକେଇର ଶିକାର ହୋଇଛନ୍ତି | କିନ୍ତୁ ଏ ପରିସ୍ଥିତିରେ କିଛି ବର୍ଷ ବିତି ଗଲାପରେ ଉକ୍ତ କମ୍ପାନୀ ର ବିନିକା ସଖା କାର୍ଯ୍ୟାଳୟ ଏଠାରୁ ଉଭାନ ହୋଇଯାଇଥିଲା | ଯାହାଫଳରେ ଜମାକାରୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା |

ତାପରେ ଜମାକାରୀ ମାନେ ସବୁଆଡେ ବୂଝାସୁଝାପରେ ବି ଅର୍ଥ ଫେରସ୍ତ ପାଇବା ନେଇ ଚିନ୍ତାରେ ପଡିଗଲେ | ପରେ ଉପରୋକ୍ତ ୩୬ଜଣ ଜମାକାରୀଙ୍କ ତରଫରୁ ବିନିକାର ଝସକେତନ ମେହେର ଥାନାରେ ସିସୋର କମ୍ପାନୀ ମୁଖ୍ୟ ପ୍ରଶାନ୍ତ କୁକମର ଦାସଙ୍କ ନାମରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଏକ ମାମଲା ରୁଜୁ କରିବା ପରେ କୋର୍ଟ ରେ ଚାର୍ଜସିଟ ଦାଖଲ କରିଥିଲା | ସେହି ଆଧାରରେ ଉକ୍ତ ମୋକଦ୍ଦମା ଅଦ୍ୟାବଧି ପର୍ଯ୍ୟନ୍ତ ବିଚାରାଧୀନ ରହିଛି | ବିନିକା ଜେଏମଏଫସି ଜି.ଆର.କେଶ ନ. ୧୫୭/୨୦୧୩ ଅନୁସାରେ ମାନ୍ୟବର ହାଇକୋର୍ଟ ଏବିଏଲ ଏ ପି ଏଲ ନ ୪୬୦୪/୨୦୧୮ ତା ୧୨.୦୯.୨୦୧୯ ରିଖ ନିର୍ଦ୍ଦେଶ ଅନୁସାରେ ସିସୋର ମୁଖ୍ୟ ପ୍ରଶାନ୍ତ କୁମାର ଦାସ ଗତକାଲି ଅପରାହ୍ନ ରେ ଟଙ୍କା ନିଜ ବାସଭବନ ଭୁବନେଶ୍ୱର ଝାରପଡ଼ାରୁ ଆସି ବିନିକା ଜେଏମଏଫସିଙ୍କ ଅଦାଲତରେ ହଜାର ହୋଇଥିଲେ | ମାନ୍ୟବର ଅଦାଲତ ତାଙ୍କୁ ୩୦ହଜାର ଟଙ୍କା ର ଜଣେ ବ୍ୟକ୍ତିଗତ ଜିମାନତରେ ଜାମିନ ଦେଇଥିବା ବେଳେ ଶ୍ରୀ ଦାସଙ୍କୁ ୩ଟି ପ୍ରମୁଖ ସର୍ତ୍ତ ରଖିଛନ୍ତି | ସେହି ସର୍ତ୍ତ ଗୁଡିକ ମଧ୍ୟରେ ଉକ୍ତ କେଶ ଫଇସଲା ନ ହେବ ପରଜ୍ୟାଣ୍ଟ କୋର୍ଟଙ୍କ ସମସ୍ତ ଆଦେଶକୁ ପାଳନ କରିବା, ନିର୍ଦ୍ଦେଶ ଅନୁସାରେ ତାରିଖକୁ ହଜାର ହେବେ ଓ ଏହି କେଶ କୌଣସି ସାକ୍ଷୀଙ୍କୁ ପ୍ରଭାବିତ ନ କରିବେ ବୋଲି କୋର୍ଟ ଜାମିନ ପ୍ରଦାନ କରିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: