Friday, March 29, 2024

Top 5 This Week

Related Posts

ବ୍ୟାଙ୍କ ଅଫ୍ ବରୋଦା ର ନୂତନ ଶାଖା ଉଦ୍ଘାଟନ

ରିପୋର୍ଟ : ସୁଶାନ୍ତ କୁମାର ବେହେରା
ହରଭଙ୍ଗା, (୨୦/୧୦) : ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ଲୁଣିବାହାଲ ଠାରେ ମଙ୍ଗଳବାର ବ୍ୟାଙ୍କ ଅଫ୍ ବରୋଦା ବୌଦ୍ଧ ଶାଖା ତରଫରୁ ଏକ ନୂତନ ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । WhatsApp Image 2022 10 19 at 8.27.30 PM 1 ବ୍ୟାଙ୍କ ଅଫ୍ ବରୋଦା ର ନୂତନ ଶାଖା ଉଦ୍ଘାଟନ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୁଣିବାହାଲ ସରପଞ୍ଚ ଚନ୍ଦ୍ରମା ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ୟାଙ୍କ ଅଫ୍ ବରୋଦା ବୌଦ୍ଧ ଶାଖା ର ସହକାରୀ ପରିଚାଳକ ବ୍ରଜ ବିହାରୀ ନାଏକ ଯୋଗ ଦେଇଥିଲେ । ଗ୍ରାହକ ସେବା କେନ୍ଦ୍ର ର ପରିଚାଳକ ଧୀରେନ୍ ପ୍ରଧାନ ଏହା ହେବା ଦ୍ଵାରା ଗ୍ରାହକ ମାନେ ସୁବିଧାରେ ବ୍ୟାଙ୍କ ର ସମସ୍ତ ସେବା ପାଇ ପାରିବେ ବୋଲି ମତ ପ୍ରକାଶ କରିଛନ୍ତି । ଏହି ଉଦ୍ଘାଟନୀ ଉତ୍ସବରେ ଲୁଣିବାହାଲ ଗ୍ରାମ ପଞ୍ଚାୟତ ର ଗ୍ରାହକ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଯୋଗ ଦେଇଥିଲେ ।

Popular Articles