Advertisements
Tuesday, June 2, 2020
Home headline ବିଧାୟକଙ୍କ ଦୁର୍ଗମ ଅଂଚଳ ଚନ୍ଦ୍ରପୁର ଗସ୍ତ, ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ କର୍ମୀ ସମ୍ମିଳନୀରେ ଯୋଗଦାନ

ବିଧାୟକଙ୍କ ଦୁର୍ଗମ ଅଂଚଳ ଚନ୍ଦ୍ରପୁର ଗସ୍ତ, ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ କର୍ମୀ ସମ୍ମିଳନୀରେ ଯୋଗଦାନ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼(୨୬/୦୯): ଜିଲ୍ଲାର ଦୁର୍ଗମ ନକ୍ସଲ ପ୍ରଭାବିତ ଅଂଚଳରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମଙ୍ଗଳବାର ଗ୍ରସ୍ତ କରିଥିଲେ।ପ୍ରଥମେ ଚନ୍ଦପୁର ଡାକ୍ତରଖାନାରେ ରୋଗୀ କଲ୍ୟାଣ ବୈଠକରେ ଯୋଗଦେଇଥିଲେ । ଡାକ୍ତରଖାନାରେ ଲାଗି ରହିଥିବା ସମସ୍ତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ଏଠାରେ ଲାଗିରହିଥିବା ଡାକ୍ତର ସମସ୍ୟା, ଷ୍ଟାପ ନର୍ସ,ଏଏନଏମ,ଏବଂ ଡାକ୍ତରଖାନାର ବିଲ୍ଡିଂଗ ରୋଗୀ ରହିବା ପାଇଁ ନୂତନ କୋଠା ଭଲ ନଥିବା କଥା ଏଠାକାର ଲୋକେ ଅଭିଯୋଗ କରିଛନ୍ତି । ଏସବୁ ସମସ୍ତ ସମସ୍ୟା ଅତି ଶୀଘ୍ର ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପରେ ବ୍ଲକର ଚନ୍ଦ୍ରପୁର ବ୍ଲକରେ ବିଜେଡିର ସଭ୍ୟ ସଂଗ୍ରହ କାର‌୍ୟ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଥିଲା । ସ୍ଥାନିୟ କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଗାମି ଦିନରେ କିପରି ବିଜେଡିର ଅଧିକରୁ ଅଧିକ ସଭ୍ୟସଂଗ୍ରହ ହେବ ସେନେଇଁ କର୍ମି ମାନଙ୍କୁ ବୁଝାଇଥିଲେ । ଏହି ସଭ୍ୟ ସଂଗ୍ରହ ପାଇଁ ବ୍ଲକର ପ୍ରତି ପଞ୍ଚାୟତରୁ ଶତାଧିକ କର୍ମି ଯୋଗଦେଇଥିଲେ । ତାସାଙ୍ଗକୁ ଚନ୍ଦ୍ରପୁର ଠାରେ ସରକାରଙ୍କ ଜନହିତକାରି ଯୋଜନା ଗୁଡିକ କିପରି ପହଞ୍ଚିବ ଏବଂ ବ୍ଲକର ବିଭିନ୍ନ ସମସ୍ୟା ଗୁଡିକ କିପରି ସମାଧାନ ହେବ ତାହା ଜିଲ୍ଲା ସମ୍ପାଦକ ଗଗନ ଆଚାର୍ଯ୍ୟ କର୍ମି ମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସି ସେଲର ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡ୍ରୁକା,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଜ୍ୟୋତିପ୍ରସାଦ ସାହୁ ବିଜୁଯୁବ ଜନତା ଦଳର ଜିଲା ସମ୍ପାଦକ କେଦାର ସାହୁ,ଚନ୍ଦ୍ରପୁର ବିଜେଡି ବ୍ଲକ ସଭାପତି ପ୍ରମୋଦ କୁମାର ସାହୁକାର ପ୍ରମୁଖ ଯୋଗ ଦେଇଥିଲେ। ତାପରେ ମଧୁକୁପୁଡା ଗ୍ରାମବାସୀ ବିଧାୟକଙ୍କୁ ଗ୍ରାମକୁ ନିମନ୍ତ୍ରଣ କରି ଗାଁ ଉପର ମୁଣ୍ଡାଦେଇ ବହିଯାଉ ଥିବା ନାଳ ବର୍ଷବର୍ଷକୁ ଅତଡା ଖସି ନାଳ ଗାଁ ମୁହା ହେଉଥିବା ବେଳେ ସେଠାରେ ଏକ ଆଡିବନ୍ଧ ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: