ବସନ୍ତ ଦେବୀ ବିଦ୍ୟାପୀଠ ପ୍ରତି ରାଜନେତା ବା ପ୍ରଶାସନର ନଜର ନାହିଁ

ରିପୋର୍ଟ: ଜ଼ିଲ୍ଲା ପ୍ରତନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼(୨୬/୦୯): ସରକାର ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଭିତ୍ତି ଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ତାହା ବାସ୍ତବ କ୍ଷେତ୍ରରେ ଲାଗୁନାହିଁ, ଏହାର ଏକ ଜ୍ୱଳନ୍ତ ଉଦାହରଣ ରାୟଗଡ଼ ଜ଼ିଲ୍ଲା ପଦ୍ମପୁର ବ୍ଲକ ସଦର ମହକୁମା ଠାରୁ ମାତ୍ର ୫ କିଲୋମିଟର ଦୂରରେ ଗୁଡିଆବନ୍ଧ ଗ୍ରାମରେ ଦେଖାଦେଇଛି | ଗୁଣୁପୁର ଗୁଡାରି ରାସ୍ତାରେ ବସାନ୍ତିଦେବୀ ବିଦ୍ୟାପୀଠ ଅବସ୍ଥିତ ଏହା ଏକ ହାଇସ୍କୁଲ, ଏହିଠାରେ ବହୁ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି |

ଏହି ସ୍କୁଲ ପରିସର ମଧ୍ୟରେ ଉଭୟ ଛାତ୍ର ଛାତ୍ରୀଙ୍କ ରହିବା ନିମନ୍ତେ ପୃଥକ ପୃଥକ ହଷ୍ଟେଲ ରହିଛି | ଏହି ହଷ୍ଟେଲ ପାଇଁ ପାଚେରୀ ରହିଛି କିନ୍ତୁ ସ୍କୁଲର ଚତୃପାର୍ଶ୍ୱରେ ପ୍ରଚେରି ନାହିଁ | ଯଦ୍ୱାରା ଶିକ୍ଷକ ତଥା ଛାତ୍ର ଛାତ୍ରୀ ବହୁ ସମସ୍ୟାର ସମ୍ମୁଖୀନ ହୁଅନ୍ତି | ସ୍କୁଲଟି ରାସ୍ତା ପାର୍ଶ୍ୱରେ ରହିଥିବାରୁ ବହୁ ସମୟରେ ବିଭିନ ପ୍ରକାର ବ୍ୟକ୍ତି ଅବାଧରେ ସ୍କୁଲ ମଧ୍ୟକୁ ପ୍ରବେଶ କରିଥାନ୍ତି | ସେଥିପାଇଁ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥାଏ | ଏହାତ ଦିନ ବେଳେ କିନ୍ତୁ ସନ୍ଧ୍ୟା ସମୟରେ ଅସାମାଜିକ ବ୍ୟକ୍ତି ସ୍କୁଲ ପରିଷର ମଧ୍ୟରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମଦ୍ୟ ପାନକରି ବସି ରହୁଛନ୍ତି | ଏହି ସ୍କୁଲକୁ ଲାଗି ବାଳିକା ହଷ୍ଟେଲ ରହିଛି ହଷ୍ଟେଲର ଅନ୍ତେବାଶି ଭୟରେ ରୁହନ୍ତି କିନ୍ତୁ ଦୁଃଖର ବିଷୟ ଏହି କି ଗୁଣୁପୁରର ସ୍ବର୍ଗତ ବିଧାୟକ ଭାଗିରଥି ଗମାଙ୍ଗ ଓ କୋରାପୁଟ ଲୋକସଭାର ପୂର୍ବତନ ୯ଥରର ସାଂସଦ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧାରୀ ଗମାଙ୍ଗଙ୍କ ଗ୍ରାମ ଡ଼ିମ୍ବିରିସିଂଗକୁ ଏହି ସ୍କୁଲ ରାସ୍ତା ଦେଇ ସେମାନେ ଯାତାୟାତ କରୁଥିଲେ କିନ୍ତୁ ଏହି ସ୍କୁଲ ତାଙ୍କରି ନଜରରେ ଆସି ନାହିଁ | ତେଣୁ କରି ସ୍କୁଲର ଉନ୍ନତି ହୋଇପାରି ନାହିଁ ପୁନଶ୍ଚ ଏହି ସ୍କୁଲକୁ ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗ ତ୍ରିନାଥ ଗମାଙ୍ଗ ରାମମୂର୍ତ୍ତି ମୁତିକା ବହୁ ସମୟ ଏହି ସ୍କୁଲକୁ ବିଭିନ କାର୍ଯ୍ୟକ୍ରମରେ ଯୋଗଦେଇ ସ୍କୁଲର ଉନ୍ନତି ପାଇଁ ପ୍ରତିଶୃତି ଦେଇଛନ୍ତି କିନ୍ତୁ ତାହା ପ୍ରତିଶୃତିରେ ହିଁ ରହିଛି |

ଇଏ ତ ଗଲା ରାଜନେତାଙ୍କ କଥା ଏହି ରାସ୍ତା ଦେଇ ବହୁ ପ୍ରଶାସନିକ ଅଧିକାରୀ ଜ଼ିଲ୍ଲାପାଳ ଉପଜ଼ିଲ୍ଲାପାଳ ଶିକ୍ଷା ବିଭାଗର ଅଧିକାରୀ ମାନେ ବହୁ ସମୟରେଏହି ରାସ୍ତା ଦେଇ ଗୁଡାରି ଯିବା ଆସିବା କରିଥାନ୍ତି କିନ୍ତୁ ଏହି ସ୍କୁଲ ରାସ୍ତା କଡ଼ରେ ଅଛି ସେଥିପ୍ରତି କାହାରି ନଜର ନାହିଁ | ସ୍କୁଲରେ ପାଚେରିନାହିଁ ଏହା କାହାରିକୁ ଦେଖାଯାଉନି ଏହାଠାରୁ ଲଜ୍ୟା ଜନକ କଥା ଆଉ କଣ ସ୍କୁଲ ପାଇଁ | ଏକ ସାଧାରଣ ପାଚେରୀଟି ହୋଇପାରୁନି କିନ୍ତୁ ସରକାର ବାହୁ ସ୍ପଟ ମାରୁଛନ୍ତି ଶିକ୍ଷାର ଉନ୍ନତି ପାଇଁ ଆମେ ବହୁତ କିଛି କରିଛୁ ବାସ୍ତବରେ ସରକାର ଶିକ୍ଷାର ଉନ୍ନତି ପାଇଁ କେତେ ଯତ୍ନବାନ ଏହି ସ୍କୁଲକୁ ଦେଖିଲେ ତାହା ଜଣା ପଡୁଛି | ଜ଼ିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ ଏକ ପାଚେରୀ ନିର୍ମାଣ ପାଇଁ ଦୃଷ୍ଟି ଦେବା ନିମନ୍ତେ ଛାତ୍ର ଛତ୍ରୀ ଶିକ୍ଷକ ତଥା ଜନସାଧାରଣ ନିବେଦନ କରିଛନ୍ତି |

Comments are closed.