Related Contents

ଝରିଗାଁ ଗୋଷ୍ଟି ଉନୟନ ଅଧିକାରୀଙ୍କୁ ବଜେପିର ଦାବିପତ୍ର ପ୍ରଦାନ

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରୀଗାଁ(୨୭.୦୯.୨୦୧୯) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ଅନ୍ୟାନ୍ୟ ଯୋଜନା ଗୁଡିକର ଅହେତୁକ ଅବହେଳା ନେଇ ଝରିଗାଁ ଗୋଷ୍ଟି ଉନୟନ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।

ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଗୋବିନ୍ଦ ଜୈନଙ୍କ ନେତୃତ୍ୱରେ ଏକ ମୋଟର ସାଇକେଲ ରାଲି କରସହାଣ୍ଡି ହନୁମାନ ଛକଠାରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଝରିଗାଁ ବ୍ଲକ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ପର୍ଶୁରାମ ମାଝୀ ,ଯୁବନେତା ଚନ୍ଦ୍ରଭାନୁ ଏବଂ ଶତାଧିକ କର୍ମକର୍ତ୍ତା ଉପସ୍ଥିତରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ନିଜ ଯୋଜନାରେ ଘଷଣା କରିବା ସହ ପ୍ରଚାର ପ୍ରସାର କରି ଲୋକଙ୍କୁ ଭୁଆଁ ଭୁଲାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଘରକୁ ବିଜୁ ପକ୍କା ଘର, କାମ ସମ୍ପୂର୍ଣ୍ଣ ନ କରି ପଇସା ଉଠାଇବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଏବଂ ବିଜୁ ପକ୍କା ଘର ପରିବାରରୁ ୨ରୁ୩ଜଣଙ୍କୁ ବଣ୍ଟନ, ଏମଜିଏନଅରଜିଏ ବ୍ୟାପକ ଦୁର୍ନୀତି ସହ ବାଟମାରଣା, ସ୍ୱଚ୍ଛ ଭାରତରେ ନିର୍ମିତ ପାଇଖାନା ଅର୍ଦ୍ଧ ନିର୍ମିତ ହୋଇ ସମ୍ପୂର୍ଣ୍ଣ ବିଲ ଉଠାଇବା, ଓ ଆମଗାଁ ଆମ ବିକାଶ ଯୋଜନାକୁ ଭିଜିଲାନ୍ସ ତଦନ୍ତ ଦାବି ଆଦି ବିଷୟ ନେଇ ବ୍ଲକ ଉନୟନ ଅଧିକାରୀ ଦେବେନ୍ଦ୍ର ବାହାଦୂର ସିଂ ଧୁରୁଆଙ୍କ ସହ ଆଲୋଚନା କରିବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ ।

Comments are closed.