Thursday, March 28, 2024

Top 5 This Week

Related Posts

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ : ୬୨ଟି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୯/୧୦) : ଆସନ୍ତା ନଭେମ୍ବର ମାସ ୧୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ଡିସେମ୍ବର ୮ ତାରିଖରେ ଭୋଟ ଗଣନା କରାଯିବ ।

ତେବେ ଏହା ମଧ୍ୟରେ ରାଜ୍ୟରେ ନିର୍ବାଚନୀ ଉଷ୍ଣତା ଚଳଚଞ୍ଚଳ ହୋଇଉଠିଛି । ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର କ୍ଷମତାରେ ରହିଥିବା ବେଳେ ନିର୍ବାଚନରେ ଦଳକୁ ଟକ୍କର ଦେବେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ) । ତେବେ ଏହା ମଧ୍ୟରେ ୬୨ଟି ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଅବଶିଷ୍ଟ ୬ଟି ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ର ପ୍ରାର୍ଥୀ ଚୟନ ନେଇ ଦଳ ର କେନ୍ଦ୍ରୀୟ ନିର୍ବାଚନ ସମିତି ର ବୈଠକରେ ନିଆଯାଇଥିବା ନିଷ୍ପତ୍ତି କ୍ରମେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସିରାଜ ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବେ ।

ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଦଳ ପାଞ୍ଚ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି । ମୋଟ ୧୯ ଜଣ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି । ରାଜ୍ୟ ବିଜେପି ର ବଡ଼ ଚେହେରା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ସୂଚନା, ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ପିତା ପ୍ରେମ କୁମାର ଧୂମଲଙ୍କୁ ଟିକେଟ ଦିଆଯାଇ ନାହିଁ । ରାଜ୍ୟ ବିଧାନସଭା ର ମୋଟ ସିଟ୍ ସଂଖ୍ୟା ୬୮ । ଗତକାଲି କଂଗ୍ରେସ ୪୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଅବଶିଷ୍ଟ ୨୨ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଖୁବଶୀଘ୍ର ଘୋଷଣା କରିପାରେ ।

Popular Articles