Advertisements
Tuesday, June 2, 2020
Home Government News ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ଗୋପୀନାଥ କୋଂଡଗିରି
କୋଲନରା,ରାୟଗଡା(୨୭/୦୯): କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଫାଣ୍ଡିରେ ଆଜି ଚାନ୍ଦିଲି ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଚାନ୍ଦିଲି ଥାନା ଆଇଆଇସି ଅଜିତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ମୁକୁନ୍ଦପୁର ଠାରେ ହେଉଥିବା ଟ୍ରାଫିକ ସମସ୍ୟା, ବାରମ୍ବାର ବିଜୁଳି କାଟ,ଦୁର୍ଗମ ଅଞ୍ଚଳ ହୋଇଥିବା ହେତୁ ମୁକୁନ୍ଦପୁର ଠାରେ ଏକ ଆମ୍ବୁଲାନ୍ସ ରାହଣୀର ବ୍ୟବସ୍ଥା,ନାବାଳକ ମାନଙ୍କ ବେପାରୁଅ ଗାଡି ଚାଳନା ଉପରେ ରୋକ ଲଗେଇବା,ଗ୍ରାମରେ ଥିବା ବିଦ୍ୟାଳୟ ମାନଙ୍କରେ ପ୍ରତ୍ୟେକ ଦିନ ପୋଲିସ ପକ୍ଷରୁ ପେଟ୍ରୋଲିଂ କରି ଅସାମାଜିକ ଲୋକ ମାନଙ୍କ ଗତିବିଧି ଉପରେ ନଜର ରଖିବା, ରାତ୍ର ସମୟରେ ପେଟ୍ରୋଲିଂ ଉପରେ ଗୁରୁତ୍ୱାରୋପ କରିବା ଏବଂ ସାପ୍ତାହିକ ହାଟରେ ଯେଉଁମାନେ ରାସ୍ତା ଉପରେ ଦୋକାନ କରୁଛନ୍ତି ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ହର୍ଷଚନ୍ଦ୍ର ପାଣି ପରିଚାଳନା କରିଥିବା ବେଳେ ଅଞ୍ଚଳର ୭ ଗୋଟି ପଞ୍ଚାୟତର ସରପଞ୍ଚଙ୍କ ସହ ଗ୍ରାମର ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: