ବିଜୁ ଜନତା ଦଳ ତରଫରୁ ଗଞ୍ଜାମ ବ୍ଲକ ର ହୂମ୍ମାରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

0
199
ବିଜୁ ଜନତା ଦଳ

ରିପୋର୍ଟ : ଓଡ଼ିଶା ନ୍ୟୁଜ୨୪ ବ୍ୟୁରୋ //
ଛତ୍ରପୁର, (୧୯/୧୦) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଗଞ୍ଜାମ ବ୍ଲକ ର ହୂମ୍ମା ଗ୍ରାମ ପଞ୍ଚାୟତ ଠାରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଅଛି ।

ସ୍ଥାନୀୟ ବିଧାୟକ ଶ୍ରୀ ସୁବାସ ଚନ୍ଦ୍ର ବେହେରା ଏବଂ ବ୍ରହ୍ମପୁର ମେୟର ତଥା ଗଞ୍ଜାମ ବିଜୁ ଜନତା ଦଳ ର ସଭାନେତ୍ରୀ ଶ୍ରୀମତୀ ସଂଘମିତ୍ରା ଦଳେଇଙ୍କ ସମେତ ସମସ୍ତ ନେତୃବୃନ୍ଦଙ୍କ ଉପସ୍ଥିତିରେ ହୂମ୍ମା ସରପଞ୍ଚ ଶ୍ରୀମତୀ ଜାନକୀ ଦାସ ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ ।