ଏନ୍‌କାଉଣ୍ଟରରେ ଟଳିଲା ହାଇବ୍ରିଡ୍ ଆତଙ୍କବାଦୀ ଇମ୍ରାନ୍ ବସିର୍ ଗନି

0
144
ଏନ୍‌କାଉଣ୍ଟରରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଶ୍ରୀନଗର, (୧୯/୧୦) : ଏନ୍‌କାଉଣ୍ଟରରେ ଟଳିଲା ହାଇବ୍ରିଡ୍ ଆତଙ୍କବାଦୀ । ଜମ୍ମୁ କଶ୍ମୀର ସୋପିଆନ୍ ଜିଲ୍ଲାରେ ଆତଙ୍କୀ ଇମ୍ରାନ୍ ବସିର୍ ଗନିକୁ ଗୁଳି କରି ହତ୍ୟା କରାଯାଇଛି ।

ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ଗୁଳିବିନିମୟ ହୋଇଥିଲା । ଏହି ଏନ୍‌କାଉଣ୍ଟରରେ ଆତଙ୍କୀ ଇମ୍ରାନ ନିହତ ହୋଇଛି । ପୁଲିସ ସୂଚନା ମୁତାବକ, ଜମ୍ମୁ କଶ୍ମୀର ସୋପିଆନ୍ ଜିଲ୍ଲାରେ ଗତକାଲି ଗ୍ରେନେଡ୍ ହମ୍‌ଲା କରି ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିବା ମାମଲାରେ ଆତଙ୍କବାଦୀ ଇମ୍ରାନ୍ ବସିର୍‌କୁ ପୁଲିସ ଗିରଫ କରିଥିଲା । ସାଧାରଣ ନାଗରିକମାନଙ୍କୁ ହତ୍ୟା କରାଯିବାର ୭୮ ଘଣ୍ଟା ପରେ ସୋପିଆନ୍‌ ର ନାଓଗାମ୍ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍ ଆରମ୍ଭ ହୋଇଥିଲା । ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଇମ୍ରାନ୍ ଓ ଆଉ ଜଣେ ଆଙ୍କବାଦୀ ନିହତ ହୋଇଛି । ଇମ୍ରାନ୍ ବସିର ଲସ୍କର-ଇ-ତୋଇବା ର ଜଣେ ହାଇବ୍ରିଡ୍ ଆତଙ୍କବାଦୀ ଥିବା ପୁଲିସ କହିଛି ।

ଉଲ୍ଲେଖଯୋଗ୍ୟ, ଗତକାଲି ସୋନିଆନ୍ ଜିଲ୍ଲାରେ କିଛି ଆତଙ୍କବାଦୀ ପ୍ରବାସୀ ଶ୍ରମିକମାନେ ଶୋଇଥିବା ଅବସ୍ଥାରେ ତାଙ୍କ ଉପରକୁ ଗ୍ରେନେଡ୍ ହମ୍‌ଲା କରିଥିଲେ । ଏହାପରେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ଉତ୍ତରପ୍ରଦେଶ କନୌଜ ଅଞ୍ଚଳ ର ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଥିଲେ ।