ଅର୍ଥ ଅଭାବରୁ ମେଡିକାଲରୁ ଘରକୁ ଫେରିଲେ ଡମ୍ବରୁ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରିଗୁଡା(୨୭/୦୯): ସରକାର ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି ହେଲେ ତାର ସୁଫଳ ଲୋକେ ପାଇ ପାରୁନାହାନ୍ତି, ବିଜୁ ସ୍ୱାସ୍ଥ୍ୟ ସେବା ଯୋଜନାର ସୁଫଳ ନପାଇ ଅନେକ ଗରିବ ଅସହାୟ ଯୁବକ ଏବେ ଶଯ୍ୟାଶାୟୀ | ଏପରି ଏକ ଘଟଣା ଘଟିଛି ବୈପାରିଗୁଡା ବ୍ଳକ ଅନ୍ତର୍ଗତ କେନ୍ଦୁଗୁଡ଼ା ପଞ୍ଚାୟତର ତେନ୍ତୁଳିଗୁଡ଼ା ଗ୍ରାମରେ |

ଡମ୍ବରୁ ଧର ନାୟକ ନାମକ ଜଣେ ଯୁବକ ଚଳିତ ମାସ ୨ତାରିଖ ରାତ୍ରି ସମୟରେ ଖାଇ ପିଇ ଶୋଇଥିବା ବେଳେ ଲଗାଣ ବର୍ଷାରେ ହଠାତ ଘରର କାନ୍ଥ ଭୁଶୁଡ଼ି ଯାଇ ଡମ୍ବରୁ ଧରଙ୍କ ଉପରେ ପଡିଯାଇଥିଲା କିନ୍ତୁ ଅଳ୍ପକେ ବର୍ତୀଯାଇଥିଲେ | କିନ୍ତୁ ଡମ୍ବରୁ ଧରଙ୍କ ବାମ ଗୋଡ଼ ଭାଙ୍ଗିଯିବା ଫଳରେ ସଙ୍ଗେ ସଙ୍ଗେ ଗ୍ରାମବାସୀ ଦମ୍ବୁରୁଧରଙ୍କୁ ଚିକିତ୍ସା ପାଇଁ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ | ଡାକ୍ତର ତାଙ୍କୁ ଉପଖଣ୍ଡ ସ୍ତରୀୟ ଜୟପୁର ମେଡ଼ିକାଲକୁ ପଠାଇଦେଇଥିଲେ | ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୋରାପୁଟକୁ ଯାଇ ଚିକିତ୍ସା ହେଉଥିବା ବେଳେ ଡାକ୍ତର ତାଙ୍କୁ ଅପରେସନ ହେବା ପାଇଁ କହିଥିଲେ | ଡମ୍ବରୁ ଧର ଅତି ଗରିବଶ୍ରେଣୀର ହୋଇଥିବାରୁ ଟଙ୍କା ଅଭାବରୁ ଜିଲ୍ଲାପାଳଙ୍କୁ ଆବେଦନ କରିଥିଲେ କିନ୍ତୁ ସେଠାରେ ନିରାଶ ହୋଇ ଘରକୁ ଫେରି ଆସି ଏବେ ସେ ଦେଶୀ ମେଡ଼ିସିନ ଦ୍ଵାରା ଚିକିତ୍ସା ହେଉଥିବାର ପ୍ରକାଶ କରିଛନ୍ତି | ସେପଟେ ପରିବାର ଵଲେ ପୁଅ, ଚାରି ଝିଅ, ସ୍ତ୍ରୀ ଓ ମାଁଙ୍କୁ ନେଇ ଚାଷ କାମ କରି କଷ୍ଟେ ମଷ୍ଟେ ପରିବାର ଚଳାଉଥିବା ମୁଖିଆଙ୍କ ଏପରି ଅବସ୍ଥାକୁ ନେଇ ପରିବାର ଲୋକେ ବିଜୁ ସ୍ୱାସ୍ଥ୍ୟ ସେବା ଯୋଜନା କାହା ସ୍ୱାର୍ଥରେ ବୋଲି ପ୍ରଶାସନକୁ ପ୍ରଶ୍ନ କରିବା ସହ କ୍ଷୋଭ ପ୍ରକଶ କରିଛନ୍ତି |

Comments are closed.