ଡଂଗାରେ ଗଲା ପ୍ରଶାସନ,ସମସ୍ୟା ବି ସମାଧାନ କଲା

ରିପୋର୍ଟ : ନିରୋଜ ପାଣି
ପାଇକମାଲ(୨୭/୦୯): ଦୁର୍ଗମ ଓ ମାଓବାଦିଂକ ଇଲାକାରେ ଡଂଗା ସାହାଯ୍ୟରେ ପ୍ରଶାସନ ପହଂଚି ସାମୁହିକ ସ୍ବାର୍ଥ କାମକରି ଉଦାହରଣ ସୃଷ୍ଟି କରିଛନ୍ତି ପାଇକମାଲ ଗୋଷ୍ଠି ଉନ୍ନୟନ ଅଧିକାରୀ ସଦାଶିବ ନାୟକ । ଗୋଟିଏ ପାର୍ଶ୍ବରେ ଲାଲ ବାହିନୀ ଦୁର୍ଗ ଝାଂଜ ପାହାଡ, ଅନ୍ୟ ପାର୍ଶ୍ବରେ ଅଂଗ ନଦୀର ଅଗଭୀର ଜଳ ସ୍ରୋତ, ତାକୁ ଭୃକ୍ଷେପ ନ କରି ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ତାଂକ ସହଯୋଗୀ ସମନ୍ବିତ ଶିଶୁ ବିକାଶ ଅଧିକାରୀ ସନ୍ତୋଷିନୀ ଗିରି, ଗ୍ରାମ ମଂଗଳ ଅଧିକାରୀ ଗୁରୁ ଚରଣ ଦାଶ, ସୁପରଭାଇଜର ସୌଦ‍ାମିନୀ ପଣ୍ତା ଅଂଗ ନଦୀକୁ ପାର ହୋଇ ଯାଇଥିଲେ ଏହି ଦୁର୍ଗମ ଗାଁ ଚଂଗରିଆ ।

ଉକ୍ତ ଗାଁର ଅଂଗନବାଡି କେନ୍ଦ୍ରକୁ ଦୀର୍ଘ ୧ମାସରୁ ଅଧିକ ହେବ କୌଣସି କାରଣ ପାଇଁ ଗ୍ରାମବାସୀ ବନ୍ଦ କରିଥିଲେ । ଦୀର୍ଘ ୫ଘଣ୍ଟା ପ୍ରଶାସନ ଓ ଗ୍ରାମବାସୀଂକ ଆଲୋଚନା ପରେ ସମାଧାନ ହୋଇ ଅଂଗନବାଡି କେନ୍ଦ୍ରର ତାଳା ଖୋଲିଥିଲା । ବର୍ଷା ଋତୁରେ ଯମ ବି ଯିବାକୁ ଭୟ କରୁଥିବା ଇଲାକାରେ ପ୍ରଶାସନ ପହଂଚି ଏତେ ବଡ ସମସ୍ୟାର ସମାଧାନ କରିଥିବାରୁ ପ୍ରଶାସନକୁ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି । ତାର ପ୍ରତିକ୍ରିୟାରେ ବି ଡି ଓ କୁହନ୍ତି ଯେ ଆଜିର କାମ ପାଇଁ ମୁଁ ଆତ୍ମ ସନ୍ତୋଷ ଲାଭ କରିଛି । ସମସ୍ତ ଅଧିକାରୀ ନିଜ କାମକୁ ଭାବ ପ୍ରବଣତାସହ କାର୍ଯ୍ୟକାରୀ କଲେ ସରକାରଂକ ଯୋଜନା ଜନସାଧାରଣ ଠାରେ ଅପହଂଚ ରହିବ ନାହିଁ |

Comments are closed.