ବି. ସିଂହପୁର ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

0
279
ବି. ସିଂହପୁର

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୧୮/୧୦) : ବୋରିଗୁମ୍ମା ବ୍ଳକ ବି. ସିଂହପୁର ଉଚ୍ଚ ବିଦ୍ୟାଳୟ ଠାରେ ଆଜି ପୂର୍ବାହ୍ନରେ ପରିଚାଳନା କମିଟି ଓ ଉନ୍ନୟନ କମିଟି ର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାତ କୁମାରୀ ପାତ୍ରଙ୍କ ଆହ୍ୱାନ କ୍ରମେ ଉଭୟ କମିଟି ର ସଦସ୍ୟ ମାନଙ୍କୁ ନେଇ ଆଜି ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । 5T ଯୋଜନାରେ ଅନ୍ତର୍ଭୁକ୍ତ କରି ନୂତନ ପ୍ରକୋଷ୍ଠ ନିର୍ମାଣ କରିବା ଉଦ୍ଦେଶ୍ୟରେ ପୁରୁଣା ଶ୍ରେଣୀ ଗୃହ ଗୁଡିକୁ ଭାଙ୍ଗି ଦିଆଯାଇଛି । କିନ୍ତୁ ସେହି ସ୍ଥାନରେ ନୂତନ ଶ୍ରେଣୀ ଗୃହ ନିର୍ମାଣ ଯଥା ସମୟରେ ଆରମ୍ଭ କରିବାର ଉପକ୍ରମ କରାଯାଉ ନାହିଁ । ୨୫୦ ଛାତ୍ର ଚଳିତ ବର୍ଷ ବି. ସିଂହପୁର ଉଚ୍ଚ ବିଦ୍ୟାଳୟରେ ମ୍ୟାଟ୍ରିକ ପରୀକ୍ଷା ଦେବେ ।

କିନ୍ତୁ ଶ୍ରେଣୀ ଗୃହ ନଥାଇ କିପରି ଏତେ ସଂଖ୍ୟକ ପିଲା ପରୀକ୍ଷା ଦେବେ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏ ସଂକ୍ରାନ୍ତରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ କମିଟି ସଭ୍ୟ ମାନେ ଚେଷ୍ଟା କରି ବିଫଳ ହୋଇଥିଲେ । ପୁରୁଣା ଗୃହ ର ଭଗ୍ନାବଶେଷରୁ ବାହାରି ଥିବା ମୂଲ୍ୟବାନ୍ କାଠ ଝରକା, କବାଟ, ଟିଣ, ବାଉଁଶ ଇତ୍ୟାଦି ଆସନ୍ତା ୪ ଦିନ ମଧ୍ୟରେ ନିଲାମ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା ।

ପରିଚାଳନା କମିଟି ର ସଭ୍ୟ ତଥା ଉନ୍ନୟନ କମିଟି ର ସଭ୍ୟମାନଙ୍କ ମଧ୍ୟରେ ଗୌରୀଶଙ୍କର ଦାଶ, ରବିଶଙ୍କର ମହାପାତ୍ର, ଉଦୟନାଥ ମିଶ୍ର, ସୀମାଞ୍ଚଳ ତ୍ରିପାଠୀ, ଅନନ୍ତ ମିଶ୍ର, ଗୌରାଙ୍ଗ ଷଡଙ୍ଗୀ, ସନତ୍ କୁମାର ମହାନ୍ତି, ବାବୁଲା ମହାରଣା, ରବିଶଙ୍କର ମିଶ୍ର ପ୍ରମୁଖ ସଭ୍ୟ ମାନେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିବା ଜଣାପଡିଛି ।