Friday, March 29, 2024

Top 5 This Week

Related Posts

ବଙ୍ଗାଳୀ ସମାଜ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିଲା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ, ତା (୧୮/୧୦) : ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ବଙ୍ଗାଳୀ ସମାଜ ତରଫରୁ ଉକ୍ତ ସମାଜ ସଭାପତି ଶେଖର ସିନହା ଙ୍କ ଆହ୍ୱାନ କ୍ରମେ ବନ୍ଧୁ ମିଳନ ସଭା ଆୟୋଜନ ହୋଇଥିଲା ।

ଦୂର୍ଗା ପୂଜା ଶେଷ ହେବା ପରେ ପ୍ରତିବର୍ଷ ଏହି ବଙ୍ଗାଳୀ ସମାଜ ତରଫରୁ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥାଏ । ସମାଜ ତରଫରୁ ଆଗାମୀ ଦୀପାବଳୀ ଓ ତା’ର ପାଳନ ନେଇ ସବିଶେଷ ଆଲୋଚନା ହୋଇଥିଲା । ବିଗତ ଦୁଇ ବର୍ଷ କରୋନା ମହାମାରୀ ଯୋଗୁଁ ଏହି ଦୀପାବଳୀ ଓ ପୂଜା ଯଥା ରୀତି ପାଳିତ ହୋଇ ଆସୁଥିବା ବେଳେ ବିପୁଳ ଜନ ସମାଗମ ହୋଇ ପାରୁ ନ ଥିଲା ।

ସମାଜ ସମ୍ପାଦକ ଦୀପକ ସମଦାର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କଲ୍ୟାଣ କୁମାର ବୋଷ ସଭାପତିତ୍ୱ କରିଥିଲେ । ଅନେକ ସଂଖ୍ୟାରେ ସମାଜ ସଦସ୍ୟ ସଦସ୍ୟା ତଥା ସାଧାରଣ ଲୋକେ ଉକ୍ତ ବନ୍ଧୁ ମିଳନ ସଭାରେ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନିରାକାର ସାହୁ ଙ୍କୁ କଳାକାର ଭାବେ ସମ୍ମାନିତ କରାଯାଇଥିଲା ।

Popular Articles