Related Contents

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ସ୍ଵଚ୍ଚତା ଅଭିଯାନ

ରିପୋର୍ଟ: ଜଗଦୀଶ ଦାସ
କନ୍ଧମାଳ(୨୬/୦୯): ଆସନ୍ତା ଅକ୍ଟୋବର ୨ତାରିଖରେ ଜାତୀର ପିତା ମହାତ୍ମାଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରବ୍ୟାପୀ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହେଉଛି ।

ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ର, କନ୍ଧମାଳ ତରଫରୁ ଘୁ. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଗ୍ରେସିଙ୍ଗିଆ ସ୍ଥିତ ଆରାସ୍ମିନ୍ ଜନତା ହାଇସ୍କୁଲ୍ ପରିସରରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ସଂଗଠିତ କରାଯାଇଥିଲା । କେନ୍ଦ୍ରର ଉଦ୍ୟାନ କୃଷି ବିଜ୍ଞାନୀ ଡ଼. ସିଦ୍ଧାର୍ଥ କର ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା, ପରିମଳ ବ୍ୟବସ୍ଥା ତଥା ପ୍ଲାଷ୍ଟିକ୍ ବ୍ୟବହାରର ଭୟାବହତା ଉପରେ ସଚେତନ କରାଇଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ଅନ୍ୟାନ୍ୟ ବୈଜ୍ଞାନିକ ତଥା ସ୍କୁଲର ଅଧ୍ୟାପକମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Comments are closed.