ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ସମ୍ମିଳନୀ ଅନୁଷ୍ଠିତ

0
140
ପ୍ରଧାନମନ୍ତ୍ରୀ କିଷାନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୮/୧୦) : କୃଷି ବିଜ୍ଞାନ କେନ୍ଦ୍ର ରାୟଗଡ଼ା (ଗୁଣପୁର) ପରିସରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ସମ୍ମିଳନୀ ର ସିଧା ପ୍ରସାରଣ ଆୟୋଜନ କରାଯାଇଥିଲା ।WhatsApp Image 2022 10 18 at 11.49.15 AM ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ସମ୍ମିଳନୀ ଅନୁଷ୍ଠିତ

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ଗୁଣପୁର, ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ ଯୋଗଦେଇ ଚାଷିମାନଙ୍କୁ ଚାଷ ର ଉନ୍ନତ ପ୍ରଣାଳୀ ଓ ଚାଷକୁ ମାଧ୍ୟମ କରି ନିଜର ଆୟ କିପରି ଦ୍ଵିଗୁଣିତ କରିପାରିବେ, ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଆଧୁନିକ ପ୍ରଣାଳୀରେ ଚାଷ କରିବା ସହ ଜୈବିକ ଚାଷ ପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ର ବିଭିନ୍ନ ଗ୍ରାମରୁ ଶତାଧିକ ଚାଷୀ ଓ ଜିଲ୍ଲା ସ୍ତରୀୟ କୃଷି ଆନୁଷଙ୍ଗିକ କୃଷି ଅଧିକାରୀ ମାନେ ଯୋଗ ଦେଇଥିଲେ । କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ବୃନ୍ଦ ଯୋଗଦେଇ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ସମ୍ମିଳନୀ ର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ ।

ଦିଲ୍ଲୀରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ରାୟଗଡ଼ା ଜିଲ୍ଲାରୁ ଦୁଇ ଜଣ ଯୁବ ଚାଷୀ ଯୋଗ ଦେଇଥିଲେ । ଉକ୍ତ ସମ୍ମିଳନୀ ର ସିଧା ପ୍ରସାରଣ ଚାଷିମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ଦେଖାଯାଇଥିଲା । ଏହି ସମ୍ମିଳନୀରେ ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ ପି ଏମ କିଷାନ ଯୋଜନା ର ୧୨ ତମ କିସ୍ତି ଚାଷୀ ମାନଙ୍କ ବ୍ୟାଙ୍କ ଖାତାରେ ଜମା କରିଥିଲେ ।WhatsApp Image 2022 10 18 at 11.49.12 AM ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ସମ୍ମିଳନୀ ଅନୁଷ୍ଠିତ

ଏତଦ ବ୍ୟତୀତ ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ର ଉଦ୍ଘାଟନ କରିବା ସହ ଗୋଟିଏ ଦେଶ ଗୋଟିଏ ସାର (one nation one fertilizer) ର ଶୁଭାରମ୍ଭ କରିଥିଲେ । ଏହି ସମ୍ମିଳନୀର ସିଧା ପ୍ରସାରଣ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ର ସମସ୍ତ କର୍ମଚାରୀ ମିଶି ଆୟୋଜନ କରିଥିଲେ । ଚାଷୀ ମାନେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନହିତକର ଯୋଜନା ପାଇ ଖୁସି ବ୍ୟକ୍ତ କରିଥିଲେ ।