Related Contents

ସମସ୍ୟା ଘେରରେ ସମ୍ବରଲେଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼(୨୬/୦୯): ରାୟଗଡ଼ ଜିଲ୍ଲା ଗୁଡାରି ବ୍ଲକର କର୍ଲାଘାଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମ୍ବରଲେଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିଛି । ଏହି ବିଦ୍ୟାଳୟରେ ଅଧ୍ୟୟନ କରନ୍ତି ପ୍ରାୟ ୫୦ପିଲା, ପ୍ରଥମ ଶ୍ରେଣୀରୁ ପଞ୍ଚମ ପର୍ଯ୍ୟନ୍ତ କିନ୍ତୁ କାହାରିକୁ ବହିଦେଖି ପଢିବା ଦୂରର କଥା, ନିଜନିଜର ନାମ ଲେଖିବା ଆସୁନାହିଁ ।

ଓଡ଼ିଆରେ କଥାହେବା ମଧ୍ୟ ଆସୁନାହିଁ । ଗତ ତିନି ବର୍ଷ ହେଲା ପିଲା ମାନଙ୍କୁ ୟୁନିଫର୍ମ ଡ୍ରେସ, ଜୋତା ଦିଆଯାଇନାହିଁ । ବିଦ୍ୟାଳୟରେ ହଷ୍ଟେଲ ସୁବିଧା ଥାଇ ମଧ୍ୟ ନ ଥିବା ସହ ସମାନ, ବିଜୁଳିର ବ୍ୟବସ୍ତା ନାହିଁ ରାତ୍ରହେଲେ ଅନ୍ଧାରକୁ ଭୟରେ ପିଲାମାନେ ରହୁଥିବା ଜଣାପଡିଛି । ହେଲେ ମଧ୍ୟ ୧୨ଜଣ ପିଲା ବହୁତ କଷ୍ଟରେ ରହି ଚଳୁଥିବା ଜଣାଇଛନ୍ତି। ଗୋଟିଏ ଖଟରେ ତିନିଜଣ ହିସାବରେ ଶୋଉଚନ୍ତି ବୋଲି ଅଭିଯୋଗ କରିଛନ୍ତି । ହଷ୍ଟେଲ ବଲି ନାମକୁ ମାତ୍ର ଝରକା, କବାଟ କିଛି ନାହିଁ । ରନ୍ଧା ଖାଦ୍ୟ ଖାଦ୍ୟପଯୋଗି ନୁହେଁ ବୋଲି ଅଭିଯୋଗ କରିଛନ୍ତି ଏଠାକର ଅଭିଭାବକ । ପ୍ରତିଦିନ ଭାତ ସହ ଆଳୁସିଝା, ପିଲା ମାନଙ୍କୁ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ଦେଖିବା ପରେ ବିଡ଼ିଓ, ଅଧ୍ୟକ୍ଷା ବହୁତ ଦୁଃଖ ପ୍ରକାଶ କରିଥିଲେ। ଏଠାରେ ୫ଜଣ ଶିକ୍ଷକ ନିଯୁକ୍ତି ଦିଆଯାଇଛି କିନ୍ତୁ ନିଜନିଜ ମଧ୍ୟରେ କେହି କାହାକୁ ସହଯୋଗ କରୁ ନ ଥିବା ଅଭିଯୋଗ ମଧ୍ୟ ଆସିଛି ।

ଏହିପରି ସମସ୍ୟାରେ ସମ୍ବରଲେଣ୍ଡି ବିଦ୍ୟାଳୟ ଅବ୍ୟସ୍ଥାରେ ଚାଲିଥିବା ବେଳେ ଗୁଡାରି ଗୋଷ୍ଠି ଉନ୍ନୟନ ଅଧିକାରୀ ନୃସିଂହ ନାଥ ସେଠି, ଅଧ୍ୟକ୍ଷା ଶାନ୍ତି ଜାଗରଙ୍ଗା, ଆଦିବାସୀ ନେତା ଘାସିରାମ ଶ୍ରାମ୍ବୁଟିକା ସହ ଗୁଡାରି ବ୍ଲକର କିଛି ଉଚ୍ଚପଦସ୍ଥ ଅଧିକାରୀ ମାନେ ବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାକାର ସମସ୍ତ ପ୍ରକାର ଅବ୍ୟସ୍ଥା ଦେଖି ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କାରୀ ଯଥାଶୀଘ୍ର ଏହି ବିଦ୍ୟାଳୟର ସମସ୍ତ ସମଶ୍ୟା ଗୁଡିକ ସମାଧାନ କରିବା ପାଇଁ ସେ କହିଛନ୍ତି । ବିଦ୍ୟାଳୟଟି ହାଇସ୍କୁଲର ମାନ୍ୟତା ପାଇଥିଲେ ସୁଦ୍ଧା ବିଦ୍ୟାଳୟରେ କୌଣସି ସୁବିଧା ନ ଥିବା ଏବଂ ଭଲ ଶିକ୍ଷକ ନିଯୁକ୍ତି ଦିଆଯାଇ ନ ଥିବାରୁ ପିଲା ଯୋଗ ହେଉ ନ ଥିବା ଅଭିଯୋଗ କରିଛନ୍ତି । ଏଣୁ ଜିଲ୍ଲା ଶିକ୍ଷାଧିକାରୀ ଯଥାଶୀଘ୍ର ଏହି ବିଦ୍ୟାଳୟ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ ଆଦିବାସୀ ଅଧ୍ୟୁଷିତ ଏହି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ହୋଇଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Comments are closed.