Related Contents

ମନ୍ତ୍ରୀଙ୍କ ଦ୍ୱାରା କୁସୁମୀଠାରେ ବଜାର ଗୃହ ସହ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ

ରିପୋର୍ଟ: ସନ୍ତୋଷ କୁମାର ବ୍ରହ୍ମା
କୋଟପାଡ଼ (୨୬/୦୯): ଆଜି କୋଟପାଡ଼ ବ୍ଲକ କୁସୁମୀଠାରେ ଦୁର୍ଗାମନ୍ଦିର ସ୍ଥିତ ନୂତନ ଭାବେ ନିର୍ମିତ ଗୋଷ୍ଠୀ କେନ୍ଦ୍ର ଓ ଦୋକାନ ଗୃହ ମାନଙ୍କୁ କୋଟପାଡ଼ର ନବନିର୍ବାଚିତ ବିଧାୟିକା ତଥା ଓଡିଶା ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଶୁଭ ଉଦଘାଟନ କରିଥିଲେ |

ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସରପଞ୍ଚ ନୀଳକଣ୍ଠ ନାୟକ, ଆଇନଜୀବୀ ପଙ୍କଜ ପାତ୍ର, ଜିଲ୍ଲା ବିଜେଡି ଉପସଭାପତି ବୀରେନ ବିଶୋଇ, ବିଡ଼ିଓ ଅଂଶୁମାନ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଦୁର୍ପୁତା ଭତରା, ଝଡ଼େଶ୍ୱର ପଣ୍ଡା ସହ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ | ଉଦଘାଟନ ପରେ ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟରେ ଏକ ସଭା ସମାରୋହ ଅନୁଷ୍ଠିତ ହୋଇଥିଲା | ସେଠାରେ ପାର୍ଟି କାର୍ଯ୍ୟକର୍ତ୍ତା ମାନଙ୍କୁ କିପରି ଭାବେ ଦଳର ସୁଦୃଢ କରିବା ପାଇଁ କହିଥିଲେ | ଏହାସହ ସ୍ଥାନୀୟ ବାସିନ୍ଦା ମାନଙ୍କ ଅଭିଯୋଗ ମଧ୍ୟ ସ୍ୱୀକାର କାରୀ ଆଶ୍ୱାସନା ଦେଇଥିଲେ |

Comments are closed.