Related Contents

ଦୁଇଦିନିଆ ମାଣ୍ଡିଆ,ଗୁର୍ଜିକୁ ଖାଦ୍ୟ ପ୍ରସ୍ତୁତି ତାଲିମ ଶିବିର

ରିପୋର୍ଟ-ଭୋଜରାଜ ବରିହା
ଖପ୍ରାଖୋଳ(୨୬/୦୯): ଵାଲାଙ୍ଗୀର ଜିଲ୍ଲା ଖପ୍ରାଖୋଳ ବ୍ଲକ Y.C.D.A କାର୍ଯ୍ୟାଳୟ ଘୁଂସର ଠାରେ ଓଡ଼ିଶା ମିଲେଟମିଶନ ସହାୟତାରେ ଆତ୍ମା ବଲାଙ୍ଗୀର ଏବଂ Y.C.D.A ଅନୁଷ୍ଠାନ ସହଭାଗିତାରେ ଦୁଇ ଦିନିଆ ମାଣ୍ଡିଆ ଗୁର୍ଜିର ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ତାଲିମ ଶିବିର ଅନୁଷ୍ଟି ହୋଇଯାଇଛି ।

ତାଲିମ ଶିବିରରେ ମାଣ୍ଡିଆର ଲଡୁ,ମାଣ୍ଡିଆବରା,ମାଣ୍ଡିଆ ପକୁଡି,ମାଣ୍ଡିଆ ଚା,ତିଆରି କରି ଗୁର୍ଜି ରେ ଗୁର୍ଜି ଖିଚିଡ଼ି,ଗୁର୍ଜି କ୍ଷୀରି କିପରି ତିଆରି କରାଯିବ ତାହା ଉପରେ ତାଲିମ ଦିଆଯାଇଥିଲା । ଖପ୍ରାଖୋଳ ବ୍ଳକର ୧୬ଜଣ S.H.G ସଭ୍ୟାଙ୍କୁ ତାଲିମ ଦିଆଯାଇଥିଲା | ତାଲିମ ଗ୍ରହଣ କରି ଗାଁ ଗାଁ ରେ ମାଣ୍ଡିଆରେ ପ୍ରସ୍ତୁତି ଖାଦ୍ୟ ଲୋକଙ୍କୁ ଟ୍ରେନିଂ ଦେବା ଏବଂ ମାଣ୍ଡିଆ ଚାଷକୁ କିପରି ଆପଣେଇବା ତାଲିମ ସଭ୍ୟା ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ତାଲିମ ଶିବିରରେ ଖପ୍ରାଖୋଳ ମିଶନଶକ୍ତି କୋଡ଼ିନେଟର ପଙ୍କଜିନି ମିଶ୍ର, ଖପ୍ରାଖୋଳ ସିଡିପିଓ, Y.C.D.A ବ୍ଳକ କୋଡ଼ିନେଟର ହେମବନ୍ତି ନନ୍ଦନ ବେହେରା, ଉମେଶ ଗୁପ୍ତା, ଏବଂ ମହାଲଷ୍ମୀ କୃଷକ କ୍ଲବ ସଭାନେତ୍ରୀ ସୁଦେଶନା ସଗଡ଼ିଆ, ସମ୍ପାଦକ ଖୀରସିନ୍ଧୁ ବରିହା, ପଞ୍ଚାୟତ ସି.ଆର.ପି ବାସନ୍ତୀ ମୁଣ୍ଡା,ସଦାନନ୍ଦ ବାଗ,ଟିକୁନୁ ବାଗ,ଫକୀର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.