ମାନବିକତା ଦେଖାଇଲେ ଜିଲ୍ଲାପାଳ, ରାସ୍ତାରେ ଦୃଷ୍ଟିହୀନ ଦମ୍ପତିଙ୍କ ଗୁହାରି ଶୁଣିଲେ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ.ସତୀଶ
ନବରଙ୍ଗପୁର(୨୬/୦୯): ପାପଡାହାଣ୍ଡି ବ୍ଲକ ତୁମ୍ଭର୍ଲା ରାସ୍ତା କଡ ଦେଇ ଦୃଷ୍ଟିହୀନ ଦମ୍ପତି ନିଜ ଗ୍ରାମ ପାତ୍ରୀକୁ ଫେରୁଥିଲେ । ଏହି ସମୟରେ ସେହି ବାଟ ଦେଇ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଯାଉଥିବା ବେଳେ ତାଙ୍କ ନଜର ଏହି ଦୁଇ ଦୃଷ୍ଟିହୀନ ଦମ୍ପତି ଉପରେ ପଡିଥିଲା । ତୁରନ୍ତ ଡ୍ରାଇଭରକୁ ଗାଡି ଅଟକାଇବାକୁ କହିଥିଲେ । ଜିଲ୍ଲାପାକ ସେମାନଙ୍କ ପାଖକୁ ଯାଇ ଦୁଃଖ ବୁଝିଥିଲେ ।

କିଛି ଖାଇଛ କି ନାହିଁ ବୋଲି ସେମାନଙ୍କଠୁ ବୁଝି ତୁରନ୍ତ ବିସ୍କୁଟ ଓ ଫଳ ଖାଇବାକୁ ଦେଇଥିଲେ । ସେମାନଙ୍କ ସମସ୍ୟା ସମ୍ପର୍କରେ ବୁଝି ପାପଡାହାଣ୍ଡି ବିଡ଼ିଓ ବିହିତ ପଦକ୍ଷେପ ନେବାକୁ କହିଥିଲେ । ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲାପାଳଙ୍କ ଏହିପରି ମାନବିକତା କାର୍ଯ୍ୟକୁ ବିଭିନ୍ନ ମହଲରେ ଭୁୟସୀ ପ୍ରଶଂସା କରାଯାଇଛି । ଦୃଷ୍ଟିହିନ ସମ୍ବାରୁ ଓ ସ୍ତ୍ରୀ ସୁକାନ୍ତିଙ୍କ ଘର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଖଇରା ଗାଁ । ୩ ଦିନ ତଳେ ଦେହ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ପାପଡାହାଣ୍ଡି ଚିକିତ୍ସାଲୟରେ ଚିକିତ୍ସା ହୋଇ ଔଷଧ ଧରି ନିଜ ଗାଁକୁ ଚାଲି ଚାଲି ଫେରୁଥିଲେ। ଏହି ସମୟରେ ଜିଲ୍ଲାପାଳ ସେମାନଙ୍କ ନିକଟକୁ ଯାଇ ସରକାରୀ ସୁବିଧା କ’ଣ ମିଳୁଛି ବୋଲି ପଚାରିଥିଲେ । ସରକାରୀଙ୍କ ଦ୍ୱାରା ଭତ୍ତା, ଚାଉଳ ପାଉଥିବା କହିଥିଲେ । କିନ୍ତୁ ରହିବା ପାଇଁ ନିଜର ଜାଗା କିମ୍ବା ଘର ନ ଥିବାରୁ ଆମେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା କହିଛନ୍ତି । ଏହା ଶୁଣିବା ପରେ ଜିଲ୍ଲାପାଳ ସରକାରୀ ଜାଗା ଯୋଗାଇବା ଦେବା ପାଇଁ ତହସିଲଦାର ଓ ଆବାସ ଯୋଜନାରେ ସାମିଲ କରିବାକୁ ବିଡ଼ିଓଙ୍କୁ ସାକ୍ଷାତ କରି ଆବେଦନ କରିବାକୁ କହିଥିଲେ । ଦୃଷ୍ଟିହୀନ ଦମ୍ପତି ସମ୍ବାରୁ ଓ ସୁକାନ୍ତିଙ୍କ ଜୀବନ ଯାପନ ଉପରେ ଏକ ବିସ୍ତ୍ରୁତ ତଥ୍ୟ ପ୍ରଦାନ କରିବାକୁ ଜିଲ୍ଲାପାଳ ବିଡ଼ିଓଙ୍କୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟିହୀନ ଦମ୍ପତିଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ ।

Comments are closed.