Related Contents

ରାଷ୍ଟ୍ରୀୟ ଏକତା ଅଭିଯାନ, ଏକ ରାଷ୍ଟ୍ର ଏକ ସମ୍ବିଧାନ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ.ସତୀଶ
ନବରଙ୍ଗପୁର(୨୬/୦୯): ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ସୌରାସାହି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ରାଷ୍ଟ୍ରୀୟ ଏକତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଗୋବିନ୍ଦ ଜୈନଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ରାଜ୍ୟ ବିଜେପି ଉପସଭାପତି ନୟନ କିଶୋର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବ୍ୟକ୍ତା ଭାବେ ରାଷ୍ଟ୍ରୀୟ ଏକତା ଅଭିଯାନର ଦକ୍ଷିଣ ଓଡିଶାର ସଂଯୋଜକ ସରୋଜ କୁମାର ସାବତ ଯୋଗଦେଇଥିଲେ ।

ମୁଖ୍ୟ ଅତିଥି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଜାମ୍ମୁ ଓ କାଶ୍ମୀର ୩୭୦ ଓ ୩୫ ଏ ଧାରା ଉଚ୍ଛେଦ ପାଇଁ ନେଇଥିବା ଏତିହାସିକ ପଦକ୍ଷେପ କୁ ଭୁୟସୀ ପ୍ରଶଂସା କରିବା ସହ ଦେଶର ସମସ୍ତ ଜନତାଙ୍କ ସମାନ ଅଧିକାର ଅଛି ଓ ଏହା ଦ୍ୱାରା ଦେଶରେ ଏକତାର ଭାଇଚାରା ଆହୁରି ମଜବୁତ ହେବ ବୋଲି କହିଥିଲେ । ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏକ ଏତିହାସିକ ଭୁଲର ସୁଧାର କରାଯାଇଥିବା କହିଛନ୍ତି ମୁଖ୍ୟ ବ୍ୟକ୍ତା । ଏକ ରାଷ୍ଟ୍ର ,ଏକ ସମ୍ବିଧାନ ବାର୍ତ୍ତାକୁ ନେଇ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡାବୁଗାଁ ବିଧାୟକ ନିତ୍ୟାନନ୍ଦ ଗଣ୍ଡ , ପୂର୍ବତନ ସାଂସଦ ବଳଭଦ୍ର ମାଝୀ , ପର୍ଶୁରାମ ମାଝୀ , ପୂର୍ବତନ ଜିଲ୍ଲା ସଭାପତି ରମେଶ ସାହୁ , ଝାଡେଶ୍ଵର ଖଡଙ୍ଗା , ଯୁବନେତା ଗୋୖରୀ ଶଙ୍କର ମାଝୀ ପ୍ରମୁଖ ମଞ୍ଚାସିନ ହୋଇ ଜମ୍ମୁ ଓ କାଶ୍ମୀରରେ ଅନୁଛେଦ ୩୭୦ ଧାରା ଉଚ୍ଛେଦ ପଦକ୍ଷେପକୁ ସ୍ୱାଗତ ଜଣାଇବା ସହ କେନ୍ଦ୍ର ମୋଦି ସରକାର ସମୟରେ ଏକ ସଫଳ ଏତିହାସିକ କାର୍ଯ୍ୟକ୍ରମ ବୋଲି ମଞ୍ଚାସିନ ଅତିଥିମାନେ ନିଜ ନିଜ ଅଭିଭାଷଣରେ କହିଥିଲେ । ଜିଲ୍ଲା ଉପସଭାପତି ଟୁନା ଦାସ , ସମ୍ପାଦକ ଜଗଦୀଶ ବିଷୋୟୀ , ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି କାଁହୁ ଦାସ , ଓବିସି ସଭାପତି ମନୋଜ ମହାଙ୍କଡ , ପୂର୍ବତନ କାଉନସିଲର ଶ୍ରୀଧର ପାତ୍ର , ମଧୁ ଗାଦବା , ରବୀନ୍ଦ୍ର ମାଝୀ , ଭୁବନ ନାୟକ ସହ ସହରର ବରିଷ୍ଠ ନାଗରିକ ଓ ଦଳୀୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ ।

Comments are closed.