ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉତଯାପିତ

0
125
ଜିଲ୍ଲା ସ୍ତରୀୟ ଫୁଟବଲ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୭/୧୦) : ଭୁବନେଶ୍ୱର ଠାରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଳାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଓ ଜିଲ୍ଳା ଶିକ୍ଷା ବିଭାଗର ମିଳିତ ସହଯୋଗରେ ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋନପୁର ସହର ସ୍ଥିତ ରୋୟାଲ ପଡିଆରେ ଆଜି ମହା ସମାରୋହରେ ଶେଷ ହୋଇଛି ।WhatsApp Image 2022 10 17 at 6.40.29 PM ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉତଯାପିତ

ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆଜି ଅନ୍ତିମ ଦିନରେ ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଭୋଇ ଙ୍କ ସଭାପତିତ୍ୱରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିସିପୁନମ ମିଞ୍ଜ, ପୈର ଅଧ୍ୟକ୍ଷା ତମସି ତାମସ୍ମିତ ନାଏକ, ଜିଲ୍ଲା କ୍ରୀଡ଼ା ସଂଘ ସାଂସଦ ପିୟୁଷ ପଣ୍ଡା , ଅତିରିକ୍ତ ଶିକ୍ଷା ଅଧିକାରୀ ଡଃ ରମାକାନ୍ତ ଗଡତିଆ ଓ ଶ୍ରୀମତୀ ମଞ୍ଜୁଲତା ଭୋଇ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଦୁର୍ଯୋଧନ ରାଉତ, ଅତିରିକ୍ତ ଜିଲ୍ଳା ଶାରୀରିକ ଶିକ୍ଷା ନିରୀକ୍ଷକ ସତ୍ୟନାରାୟଣ ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲା ପାଇଁ “ଫୁଟବଲ ଫର ଅଲ” ଯୋଜନାରେ ପ୍ରଦତ୍ତ ଫୁଟବଲ ସ୍କୁଲ ଗୁଡିକୁ ପ୍ରଦାନ କରିଥିଲେ ।

ଫାଇନାଲ ଫାଇନାଲ ଫୁଟବଲ ମ୍ୟାଚ ବାଳିକା ବର୍ଗ ବିନିକା ବ୍ଲକ ଓ ବୀରମହାରାଜପୁର ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିବା । ବୀରମହାରାଜପୁର ବ୍ଲକ ୩/୦ ଗୋଲରେ ଚମ୍ପିୟାନ ହୋଇଥିବା ବେଳେ ଠିକ୍ ସେହିପରି ବାଳକ ବର୍ଗରେ ଡୁଙ୍ଗୁରିପାଲି ବ୍ଲକ ଓ ସୋନପୁର ବ୍ଲକ ମଧ୍ୟରୁ ଏହି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।

ଡୁଙ୍ଗୁରିପାଲି ବ୍ଲକ କୁ ସୋନପୁର ବ୍ଲକ ଟ୍ରାୟବ୍ରେକରରେ ୪/୩ ଗୋଳରେ ପରାସ୍ତ କରି ଫାଇନାଲରେ ଚମ୍ପିୟାନ ହୋଇଛି । ବାଳିକା ବିଭାଗରେ ମ୍ୟାନ ଅଫ ଦି ମ୍ୟାଚ, ପ୍ରିତିମଯି ଭୂକ୍ତା, ବେଷ୍ଟ ସ୍କୋରର ଶାନ୍ତି ଲତା ଭୋଇ, ମ୍ୟନ ଅଫ ଦ ସିରିଜ ଶାନ୍ତିଲତା ଭୋଇ ବାଳକ ବିଭାଗରେ ମ୍ୟନ ଅଫଦ ମ୍ୟାଜ ପଡିଆର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ରେ ପଡିଆ ପରିଚାଳକ, ଖେଳ ଶିକ୍ଷକ ରଘୁନାଥ ଥନାପତି ଙ୍କ ତତ୍ୱାବଧାନ ରେ ଖେଳ ନରସିଂହ ସେଠୀ ପ୍ରମୋଦ ପୁଟଲ, ସଞ୍ଜୟ ଫତେସିଂହ, ସାନ ଡାଙ୍ଗ ଶିକ୍ଷକ ଶ୍ୟାମସୁନ୍ଦର ନାଏକ, ସଞ୍ଜୟ ସାହୁ, ମହମ୍ମଦ କଲିମ ଙ୍କ ସହଯୋଗରେ ପରିଚାଳିତ ହେଉଛି । ଆଜି ସମସ୍ତ ବ୍ଲକ ସ୍ତରରୁ ଫୁଟବଲ ଦଳ, ଜିଲ୍ଲାର ସମସ୍ତ ହାଇସ୍କୁଲ ର ଖେଳ ଶିକ୍ଷକ ଯୋଗ ଦେଇଥିଲେ । ବ୍ଲକ କ୍ରୀଡା ସଂପାଦକ ଙ୍କ ତତ୍ତ୍ଵାବଧାନରେ ସମସ୍ତ ବ୍ଲକ ଫୁଟବଲ ଟିମ ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତା ରେ ଭାଗ ନେଇ ଥିବାରୁ ବ୍ଲକ ସମ୍ପାଦକ ମାନଙ୍କୁ ବିଦ୍ୟାଳୟ କ୍ରୀଡା ସମ୍ପାଦକ ଦୁର୍ଯୋଧନ ରାଉତ ଧନ୍ୟବାଦ ଅର୍ପଣ କରିଛନ୍ତି ।