ଲରମ୍ଭା ମହାବିଦ୍ୟାଳୟରେ ନାଟକ “ପହେଲା ଅଧ୍ୟାପକ” ମଞ୍ଚସ୍ଥ

ରିପୋର୍ଟ: ବଳରାମ ବାଗ
ଲରମ୍ଭା, ଅତାବିରା(୨୫/୦୯): ଅତାବିରା ବ୍ଲକ ଲରମ୍ଭା କଲେଜଠାରେ ବୁଧବାର ସନ୍ଧ୍ୟା ସମୟରେ ନାଟକ “ପହେଲା ଅଧ୍ୟାପକ” ସମ୍ମିଳନୀ କକ୍ଷରେ ମଞ୍ଚସ୍ଥ ହୋଇଯାଇଛି | ଚଣ୍ଡିଗଡ଼ର ପ୍ରଖ୍ୟାତ ଅଳଙ୍କାର ଥିଏଟର ନିର୍ଦ୍ଦେଶକ ଚକ୍ରେଶ୍ୱ କୁମାର ଓ ତାଙ୍କର ଦଳ ଏହି ନାଟକକୁ ମଞ୍ଚସ୍ଥ କରିଥିଲେ |

ସମାଜବାଦୀ ଚିନ୍ତାନାୟକ କିସାନ ପଟ୍ଟନାୟକ ୧୫ତମ ଶ୍ରଦ୍ଧା ବାର୍ଷିକୀ ଅବସରରେ ଏହି ନାଟକ ବରଗଡ଼ ଜିଲ୍ଲାର ବିଭିନ ସ୍ଥାନରେ ପ୍ରଦର୍ଶିତ ହେବ | ଅଭିନୟକାରୀ ଦ୍ରିସଭ ଶର୍ମା, ସିଭମ କାମରୋଜ, ଗୁରୁବଚ୍ଚନ ସିଂ, ବନ୍ଦନା ଠାକୁର, ଗୌରବ ଠାକୁର, ପୂଜା, ଅଞ୍ଜୁ, ଜନକୁ, ଅଜୟ, ହରମନ, ରମନିସ, ସୋହେଲା ରାଜା ଓ ହିମାଂଶୁ ସାମିଲ ଅଛନ୍ତି | ୧୯୬୨ ମସିହାର ରୁଷିଆର ଏକ ସହରକୁ ନେଇ ପ୍ରସିଦ୍ଧ ନାଟ୍ୟକାର ଛିଂଗିଜ ଏଟମେଟୋଭ ଲୁକହିଥିବା ନାଟକକୁ ଚକ୍ରେଶ୍ୱ କୁମାର ଉତ୍ତରପ୍ରଦେଶ ଏକ ସହର ମୈନପୁର ସହ ଯୋଡ଼ିଛନ୍ତି | ଏଥିରେ ନାରୀଶିକ୍ଷା ର ପ୍ରଚାର ପ୍ରସାର ସହ ବହୁ ସାମାଜିକ ଉପାଦାନର ତଥ୍ୟ ସମାଜକୁ ପ୍ରତୀକାତ୍ମକ ଭାବରେ ଦେଖାଇଛନ୍ତି |

ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ନରେନ୍ଦ୍ର କୁମାର ବେହେରା ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କଲାପରେ କୃଷକ ନେତା ଲିଙ୍ଗରାଜ ପ୍ରଧାନ ବକ୍ତବ୍ୟ ରଖିଥିଲେ | ଉତ୍ସବରେ ବିଜୟକୁମାର ନାୟକ, ରବି ନାରାୟଣ ପଣ୍ଡା, ନିର୍ମଳ ଚନ୍ଦ୍ର ଭୋଇ, କୈଳାସ ସେଠ, ବିଭୁତି ଭୂଷଣ ସାହୁ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ | ମହାବିଦ୍ୟାଳୟର ଡ଼. ଦିଗାମ୍ବର ଚାନ୍ଦ, ଶ୍ରୀ ପ୍ରମୋଦ ଚନ୍ଦ୍ର ସେଠ, ସରୋଜ କୁମାର ନାୟକ, ଅବିନାଶ ସାହୁ, ଗୁରୁଦେବ କୁଶଳ, ରବୀନ୍ଦ୍ର ନାଏକ, ଯାକୁମାରୀ ମିଶ୍ର ସମେତ ହଷ୍ଟେଲର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ | ଅଂଚଳରେ ନାଟକକୁ ବହୁ ପ୍ରଶଂସା ମିଳିପାରିଛି |

Comments are closed.