Friday, March 29, 2024

Top 5 This Week

Related Posts

ବାଉଁଶୁଣୀ ପୋଲିସ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୭/୧୦) : ବୌଦ୍ଧ ବ୍ଲକ ବାଉଁଶୁଣୀ ଥାନା ପୋଲିସ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଆଜି ରବିବାର ଦିନ ବାଉଁଶୁଣୀ ଥାନା ଅଧିକାରୀ ସସ୍ମିତା ମଗରଙ୍କ ନେତୃତ୍ୱରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସହାଇ ମିନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ଅଧିକାରୀ ଆନନ୍ଦ ବର୍ଦ୍ଧନ ଗୁରୁ ସ୍ଥାନୀୟ ସରପଞ୍ଚ ଅଇଁଠୁ ମହାଳିକ, ଅଁଳାପଲି ସରପଞ୍ଚ ଅଜିତ କୁମାର ମେହେର ଯୋଗଦେଇଥିବା ବେଳେ ବାଉଁଶୁଣି ପୋଲିସ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଏହି ରକ୍ତଦାନ ଶିବିରରେ ରହି ସହଯୋଗ କରିଥିଲେ । ଏଥିରେ ୫୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

Popular Articles