ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିନ ଅବସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

0
137
ମୁଖ୍ୟମନ୍ତ୍ରୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୬/୯) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମଦିନ ଅବସରରେ ବିଜୁ ଯୁବ ଜନତା ଦଳ ଏବଂ ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ବିନିକା ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 17 at 9.58.32 AM ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିନ ଅବସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଜିଲ୍ଲା ଯୁବ ବିଜେଡି ସଭାପତି ଅଶୋକ କୁମାର ନନ୍ଦ ଙ୍କ ପରିଚାଳନାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ସମ୍ମାନିତ ଅତିଥି ଭାବେ ବିରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ ଅନୁଷ୍ଠିତ ରକ୍ତଦାନ ଶିବିର କୁ ଉଦ୍ଘାଟନ କରିବା ସହିତ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ । ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ୭୬ ତମ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ଙ୍କୁ ଜନ୍ମଦିନ ର ଅଭିନନ୍ଦନ ଜଣାଇବା ସହିତ ପ୍ରଭୁ ଜଗନ୍ନାଥ ଙ୍କ ଠାରେ ତାଙ୍କର ଦୀର୍ଘାୟୁ ଜୀବନ କାମନା କରିଥିଲେ ।

ଏଥିରେ ୧୫୦ ଜଣ ପୁରୁଷ ଓ ମହିଳା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି । ସୋନପୁର ବ୍ଲଡ଼ ବ୍ୟାଙ୍କ ରୁ ଡାକ୍ତର ଏବଂ ଷ୍ଟାପ ଆସି ରକ୍ତ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ, ଜିଲ୍ଲା ଉପ ସଭାପତି ରମେଶ ପୂଜାରୀ, ବିନିକା ଏନଏସି ଅଧ୍ୟକ୍ଷ ସୁବାଶ ଚନ୍ଦ୍ର ଭୋଇ, ଜୀବନ ବିନ୍ଦୁ ର ସଂଯୋଜକ ରଞ୍ଜିତ ରଥ, ବିନିକା ବ୍ଲକ ଯୁବ ବିଜେଡି ସଭାପତି ପ୍ରତାପ ଚନ୍ଦ, ବ୍ଲକ ଉପାଧ୍ୟକ୍ଷ ନିର୍ମଳ ଷାଣ୍ଢ, ଜିଲ୍ଲା ପରିଷଦ ସଭ୍ୟ ବଶିଷ୍ଠ ଭରାସାଗର, ବ୍ଲକ ବିଜେଡି ସଭାପତି ଦ୍ୱାରିକାନାଥ ସାହୁ, ବିରମହାରାଜପୁର ନିର୍ବାଚନ ମଣ୍ଡଳୀ ସଭାପତି ବିହାରିଲାଲ ମିଶ୍ର ଙ୍କ ସମେତ ଲକ୍ଷ୍ମଣ ସାହୁ, ଅଚ୍ୟୁତ କଣ୍ଟା, ବିନୋଦ ବିହାରି ନାଏକ, ମହେଶ୍ୱର ମହାକୁର ଙ୍କ ସମେତ ବିଜେଡି ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।