ବିଜେପୁର ଉପନିର୍ବାଚନ-ପଦ୍ମପୁରରେ ସରକାରୀ ବାବୁଙ୍କ ଲୋଭ ଛାଡୁନି

ରିପୋର୍ଟ: ନିରୋଜ କୁମାର ପାଣି
ପଦ୍ମପୁର(୨୬/୦୯): ପଦ୍ମପୁରରେ ବର୍ତ୍ତମାନ ବିଜେପୁର ଉପନିର୍ବାଚନକୁ ନେଇ ସରଗରମ ଅଛି ମହୋଲ । ଗତ ଦେଢ଼ ବର୍ଷ ଭିତରେ ତିନି ନମ୍ବର ଥର ବିଜେପୁରରେ ହେବାକୁ ଯାଉଛି ନିର୍ବାଚନ । ଏଣୁ ଉପଖଣ୍ଡ ସ୍ତରୀୟ ମୁଖ୍ୟ କାର୍ଯ୍ୟାଳୟ ହୋଇ ଥିବାରୁ ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତି ଆରମ୍ଭ ହେବା ସହ କିଏ କେଉଁ ଦାୟିତ୍ବରେ ରହିବେ ତାହା ମଧ୍ୟ ବଣ୍ଟନ ହେଉଛି ।

ହେଲେ କିଛି ଅଧିକାରୀଙ୍କ ମନରୁ ଲୋଭ ଯାଉ ନାହିଁ । ସେମିତି କିଛି ଅଧିକାରୀ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାୟିତ୍ବ ବହନ କରୁଛନ୍ତି। ହେଲେ ଅନ୍ୟ ପଟେ ସୂଚନା ଯୋଗ୍ୟ ଏହା ଯେ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ବଦଳି ହୋଇଯାଇଥିବା ବେଳେ ସେମାନେ କାର୍ଯ୍ୟାଳୟରୁ ରିଲିଫ ମଧ୍ୟ ହୋଇ ସାରିଛନ୍ତି । ତାପରେ ମଧ୍ୟ ସେମାନେ ଉପନିର୍ବାଚନ ପାଇଁ ବିଭିର୍ନ ବିଭାଗ ଦାୟିତ୍ବ ପାଇବା ଜନ ସାଧାରଣଙ୍କ ମନରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏଣୁ ପ୍ରଶାସନ ପାଖରେ ଲୋକବଳ ଅଭାବରୁ ସେମାନଙ୍କୁ ଦାୟିତ୍ବ ଦିଆ ଯାଇଛି ନା ଏହା ପଛରେ ଆଉ କିଛି କାରଣ ରହିଛି ଏହା ହିଁ ଅଞ୍ଚଳରେ ଚର୍ଚ୍ଚା ।

Comments are closed.