ବିନିକା ରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

0
186
ବିନିକା ରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୬/୯) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମଦିନ ଅବସରରେ ବିନିକା ରେ ବିଜେଡି ତରଫରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 17 at 9.58.30 AM ବିନିକା ରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ବିନିକା ରେ ହଜାର ହଜାର ପୁରୁଷ ଓ ମହିଳା ବିଜେଡି କର୍ମୀ ବିନିକା ଟାଉନହଲ ରୁ ବାହାରି ସହର ପରିକ୍ରମା କରିବା ସହିତ ରାଜ୍ୟ ସରକାର ଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ ସଚେତନତା କରିଥିଲେ । ଏହି ପଦଯାତ୍ରାରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିନିକା ବିଜେଡି ନଗର ସଭାପତି ସୋମନାଥ ମିଶ୍ର, ଏନଏସି ଅଧ୍ୟକ୍ଷ ସୁବାଶ ଚନ୍ଦ୍ର ଭୋଇ, ସୁଧାଂଶୁ ଶେଖର ଦାଶ, କାଉନସିଲର ଆଶାରାଣୀ ପଣ୍ଡା, ବିଜୟ ବରାଇ, ପ୍ରଦୀପ ବାଘ, କୁନି ଚିରଗୁନି, ଜୀବନ ବିନ୍ଦୁ ର ଜିଲ୍ଲା ସଂଯୋଜକ ରଞ୍ଜିତ ରଥ, ବ୍ଲକ ବିଜେଡି ସଭାପତି ଦ୍ୱାରିକାନାଥ ସାହୁ, ମନୋରଞ୍ଜନ ମିଶ୍ର, ବିନୋଦ ବିହାରି ନାଏକ, କୃଷ୍ଣଚନ୍ଦ୍ର ପଣ୍ଡା, ପୀତବାସ ମେହେର, ବିହାରିଲାଲ ମିଶ୍ର, ଜୟପ୍ରକାଶ ପଧାନ, ଧର୍ମେନ୍ଦ୍ର ଥନାପତି ଦିନ ମେହେର, ଗୋପୀନାଥ ପଣ୍ଡା, ଧୁବଲେଶ୍ୱର ନାଗ ପ୍ରମୁଖ ଙ୍କ ସମେତ ବହୁ ବିଜେଡି କର୍ମୀ ସାମିଲ ଥିଲେ ।