Friday, March 29, 2024

Top 5 This Week

Related Posts

ମନମୁଣ୍ଡା ଥାନା ର ନୂତନ ଆଇଆଇସିଙ୍କୁ ସମ୍ବର୍ଦ୍ଧନା କଲେ ଓଡ଼ିଶା ଡ୍ରାଇଭର ମହାସଂଘ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୭/୧୦) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ରେ ନୂତନ ଆଇଆଇସି ଭାବେ ଅଶ୍ଵିନୀ ଭିତିରିଆ ଯୋଗଦେଇଛନ୍ତି ।

ଲୋକଙ୍କୁ ନ୍ୟାୟ ଯୋଗାଇ ଦେବା ସହ ଉଚିତ୍ ବ୍ୟବସ୍ଥା କରିବେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ମନମୁଣ୍ଡା ଶାଖା ସଭାପତି ଅଞ୍ଜନ କୁମାର ପଟ୍ଟନାୟକ ଙ୍କ ନେତ୍ଵତ୍ୱରେ ସମସ୍ତ ଡ୍ରାଇଭର ମହାସଂଘ ର କର୍ମକର୍ତ୍ତା ମନମୁଣ୍ଡା ଥାନା ରେ ପହଞ୍ଚି ନୂତନ ଆଇଆଇସି ଙ୍କୁ ଉପଢୌକନ ଦେବାସହ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ଡ୍ରାଇଭର ମହାସଂଘ ସହ ସ୍ଥାନୀୟ ଅଞ୍ଚଳରେ ହେଉଥିବା ଅନ୍ୟାୟ ଅତ୍ୟାଚାର ତଥା ମାଡ଼ପିଟ ପ୍ରତି ଧ୍ୟାନ ଓ ସହଯୋଗ କରିବାକୁ ଗୁହାରି କରିଥିଲେ ।

ଥାନା ଅଞ୍ଚଳରେ ହେଉଥିବା ରାହାଜାନୀ, ଚୋରି, ଡକାୟତ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଥିବା ବେଳେ କଡାକଡି ଭାବେ ପେଟ୍ରୋଲିଙ୍ଗ କରିବାକୁ ଅନୁରୋଧ କରିଥିଲେ । ଶଗଡା ଯଥା ପଳସାଗୋରା ଓ ବାଉଁଶୁଣି ରାସ୍ତାରେ ପେଟ୍ରୋଲିଙ୍ଗ କଡାକଡି କରିବାକୁ ଅନୁରୋଧ କରିଥିବା ଓଡ଼ିଶା ଡ୍ରାଇଭର ମହାସଂଘ ର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Popular Articles