Related Contents

ମଦ ଭାଟି ସ୍ଥାନନ୍ତର ଦାବି ପାଇଁ ଏସ.ଏସ. ଜି ଗ୍ରୁପ ର ମହିଳା ମାନଙ୍କ ବୈଠକ

ରିପୋର୍ଟ: ଚିତ୍ତରଞ୍ଜନ ବାଗ
ଗୋଲାମୁଣ୍ଡା(୨୬/୦୯): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅଧିନ ଚହକା ପଞ୍ଚାୟତର କୁଟୁରାବାହାଲି ମଦଭାଟି ମୁଖ୍ୟ ରାସ୍ତାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଏସ ଏସ ଜି ଗ୍ରୁପର ସତାଧିକ ମହିଳା ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ପ୍ରିୟଙ୍କା ସାହୁ, କାଲେନ୍ଦ୍ରି ପୁଝାରୀ, ମାମିନା ରଣା, ସ୍ୱରସ୍ୱତୀ ବାଗ, ତୁରିତା ଛୁରା , ଲତା,ସବିତା ମାଝୀ, ଅଞ୍ଜନା ପଟେଲ, ଦୁଶିଲା ଚଳାନ, ଭାରତୀ ନାଗ, ଭକ୍ତି ମାଝୀ, ହିରା ଶବର, ସଙ୍ଗୀତା ମାଝୀ, ଶାତ୍ସୀ ଶବର, ପ୍ରମିଲା ଭୋଇ ବହୁସଂଖ୍ୟାରେ ମହିଳା ଯୋଗଦେଇଥିଲେ । ଗ୍ରାମର ମୁଖ୍ୟ ରାସ୍ତାରେ ମଦଭାଟି ଥିବାରୁ ମଦ୍ୟପଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ନିଶାଖୋର ଅବସ୍ଥାରେ ଗ୍ରାମର ମୁଖ୍ୟ ରାସ୍ତାରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବେଳେ ମଦପିଇ ଦ୍ରୁତ ଗତିରେ ଗାଡିଚାଲନା କରିବା ସହ ଝିଅ ବୋହୂଙ୍କୁ ଅଶ୍ଳୀଳ ଆଚରଣ କରୁଛନ୍ତି । ଛୋଟ ଛୋଟ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପଡିବା ସହ ଅନେକ ସମସ୍ୟା ଉପୁଜୁଛି । ଏହି ମୁଖ୍ୟ ରାସ୍ତା ଦେଇ ସ୍କୁଳ କଳେଜ ଛାତ୍ରଛାତ୍ରୀ ଯାତାୟତ କରୁଥିବା ବେଳେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ମୁଖ୍ୟ ରାସ୍ତାରେ ଥିବା ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରା ନ ଗଳେ ଆଗାମି ଦିନରେ ଆନ୍ଦୋଳନ ତିବ୍ର ରୂପ ନେବ ବୋଳି ୧୦୨ଟି ଏସ ଏସ ଜି ଗ୍ରୁପର ମହିଳାମାନେ ଚେତାବନୀ ଦେଇଥିଲେ ।

Comments are closed.